ଗୁଜରାଟ ପରେ ଆଉ ଏକ ବିଜେପି ଶାସିତ ରାଜ୍ୟରେ ଟ୍ରାଫିକ ନିୟମ କୋହଳ । ଫାଇନ ଅଧାକଲା ଉତ୍ତରାଖଣ୍ଡ

183

କନକ ବ୍ୟୁରୋ : ନୂଆ ମୋଟର ଯାନ ସଂଶୋଧନ ଆଇନକୁ ନେଇ ଅସନ୍ତୋଷ ବଢିବା ପରେ ବିଜେପି ଶାସିତ ଆଉ ଏକ ରାଜ୍ୟ ଫାଇନକୁ ଅଧା କରିଛି । ଗୁଜରାଟ ପରେ ଉତରାଖଣ୍ଡ ଏହି ପଦକ୍ଷେପ ନେଇଛି । ବିନା ଲାଇସେନ୍ସରେ ଗାଡି ଚଳାଇଲେ ଫାଇନ ଥିବା ୫ ହଜାରକୁ ଅଧା ଅର୍ଥାତ ୨୫ ଶହ କରିଦେଇଛି ଉତରାଖଣ୍ଡ । ଲାଇସେନ୍ସ ରଦ୍ଦ ହେଲା ପରେ ଗାଡି ଚଳାଇଲେ ୧୦ ହଜାର ଜରିମାନା ଥିବାବେଳେ ରାଜ୍ୟରେ ଏହାକୁ ୫ ହଜାର ଟଙ୍କା କରିଦିଆଯାଇଛି ।

ସେହିଭଳି ଦ୍ରୁତ ଗତିରେ ଗାଡି ଚଳାଇଲେ ୨ ହଜାର ଟଙ୍କା ଜୋରିମାନା ଦେବାକୁ ହେବ । ରଙ୍ଗ୍ ରୁଟ୍ ଡ୍ରାଇଭିଂ କରି ଧରାପଡିଲେ ବି ୨ ହଜାର ଟଙ୍କା ଫାଇନ ଦେବେ ଗାଡି ଚାଳକ । ତେବେ ବିନା ହେଲମେଟରେ ଗାଡି ଚଳାଇବା ଓ ଗୋଟିଏ ଗାଡିରେ ୩ ଜଣ ଗଲେ ଫାଇନ ଯାହା ଥିଲା ତାକୁ ଅପରିବର୍ତ୍ତିତ ରଖାଯାଇଛି । ଖୁବଶୀଘ୍ର ବିଜେପି ଶାସିତ ମହାରାଷ୍ଟ୍ର ଓ ଝାଡଖଣ୍ଡ ବି ଫାଇନ ଅଧା କରିବା ନେଇ ବିଚାର କରୁଛନ୍ତି । ଏହି ଦୁଇ ରାଜ୍ୟରେ ଚଳିତବର୍ଷ ଶେଷ ଆଡକୁ ବିଧାନସଭା ନିର୍ବାଚନ ହେବାର ଅଛି ।