ଟିକଟକ୍ ରେ ଯୋଗଦେଲେ ପୋଲିସ୍ । ଲୋକପ୍ରିୟ ଚୀନ୍ ସର୍ଟ-ଫର୍ମ ଭିଡିଓ ପ୍ଲାଟଫର୍ମ ଟିକଟକ୍ କୁ ଆପଣାଇଛନ୍ତି ଉତ୍ତରଖଣ୍ଡ ପୋଲିସ୍ । ଲୋକଙ୍କ ସହ ସିଧାସଳଖ ଜଡିତ ହେବା ପାଇଁ ଉତ୍ତରଖଣ୍ଡ ପୋଲିସ୍ ଏବେ ଟିକଟକ୍ ଭିଡିଓ କରିବେ । ଆପଣଙ୍କୁ କହିରଖୁଛୁ ଏହା ପୂର୍ବରୁ କେରଳ ପୋଲିସ୍ ଟିକଟକରେ ନିଜ ଆକାଉଣ୍ଟ୍ ଖୋଲିଥିଲେ ଯେଉଁଥିରେ ଏବେ ୨.୨୫ ଲକ୍ଷରୁ ଅଧିକ ଲୋକ ଫଲୋଅର୍ସ ଅଛନ୍ତି ।
Kanak News is now on WhatsApp
Join and get latest news updates delivered to you via WhatsApp
ବରିଷ୍ଠ ପୋଲିସ୍ ଅଧିକାରୀ ଅଶୋକ କୁମାରଙ୍କ କହିବାନୁସାର ଟିକଟକ୍ ଏଭଳି ଏକ ଆପ୍ ଯେଉଁଥିରେ ଆମେ ଜନତାଙ୍କ ସହ ବ୍ୟକ୍ତିଗତ ଭାବରେ ଜଡିତ ହୋଇପାରିବୁ । ସେ କହିଥିଲେ ଉତ୍ତରଖଣ୍ଡ ପୋଲିସ୍ ଟିକଟକ୍ ଆପ୍ ମାଧ୍ୟମରେ ସଡକ ସୁରକ୍ଷା,ମହିଳା ସୁରକ୍ଷା,ସାଇବର ସିକ୍ୟୁରିଟି ଏବଂ ଅନ୍ୟ ସବୁ ସାମାଜିକ ବିଷୟକୁ ନେଇ ଭିଡିଓ ସେୟାର୍ କରିବ । ଯୁବକମାନଙ୍କ ପାଇଁ ଭିନ୍ନ ଭିନ୍ନ ସୃଜନଶୀଳତାର ଭିଡିଓ ମଧ୍ୟ ପୋଲିସ୍ ସେୟାର୍ କରିବେ । ଏହାସହ ଟିକଟକ୍ ଲୋକପ୍ରିୟ ନିର୍ମାତାଙ୍କ ସହ ମଧ୍ୟ କଥାବାର୍ତ୍ତା କରି ଏହି ସବୁ ଭିଡିଓକୁ କିଭଳି ଅଧିକରୁ ଅଧିକ ପ୍ରଭାବପୂର୍ଣ୍ଣ ଶୈଳୀରେ ଲୋକଙ୍କୁ ଦେଖାଯାଇ ପାରିବ ଏନେଇ ପ୍ରୟାସ କରାଯିବ । ଏହାସହ ଉତ୍ତରାଖଣ୍ଡର ସାମାଜିକ କାର୍ଯ୍ୟକ୍ରମକୁ ମଧ୍ୟ ଟିକଟକ୍ ରେ ଦେଖାଯିବ ।