ମୁଖ୍ୟମନ୍ତ୍ରୀଙ୍କ ବିରୋଧରେ ସାଙ୍ଘାତିକ ଅଭିଯୋଗ ଆଣିଲେ ମହିଳା ଶିକ୍ଷୟତ୍ରୀ ! କହିଲେ ହୋଇଛି ଦୁର୍ବ୍ୟବହାର, ସେପଟେ ବିଗ୍ ବସରୁ ଆସିଲା ଅଫର ?
ଗତ କିଛି ଦିନ ହେବ ଉତ୍ତରାଖଣ୍ଡ ମୁଖ୍ୟମନ୍ତ୍ରୀ ତ୍ରିବେନ୍ଦ୍ର ସିଂହ ରାୱତ ଏବଂ ଉତ୍ତରାଖଣ୍ଡର ଶିକ୍ଷୟତ୍ରୀଙ୍କ ମଧ୍ୟରେ କୌଣସି କାରଣକୁ ନେଇ ଯୁକ୍ତିତର୍କ ହୋଇଥିଲା । ଯାହାର ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହୋଇଥିଲା । ଶିକ୍ଷୟତ୍ରୀଙ୍କ ପ୍ରତି ଏପରି ଦୁର୍ବ୍ୟବହାର ପାଇଁ ମହିଳା ଜଣକ ମୁଖ୍ୟମନ୍ତ୍ରୀଙ୍କ ବିରୋଧରେ ଏକ ସାଙ୍ଘାତିକ ଅଭିଯୋଗ କରିଥିଲେ । କିନ୍ତୁ ଘଟଣାରୁ ପରଦା ଉଠିବା ପରେ ସିଏମ୍ ଲୋକମାନଙ୍କ ପାଖରେ ଏକ ଚର୍ଚ୍ଚାର ବିଷୟ ପାଲଟିଥିଲେ ।
Kanak News is now on WhatsApp
Join and get latest news updates delivered to you via WhatsApp
ଶିକ୍ଷୟତ୍ରୀଙ୍କ କହିବା ଅନୁସାରେ, ଗତ କିଛିଦିନ ପୂର୍ବରୁ ତାଙ୍କ ପାଖକୁ ରିୟାଲିଟି –ସୋ ବିଗ୍ ବସରେ ଭାଗ ନେବା ପାଇଁ ଏକ ଫୋନକଲ ଆସିଥିଲା । କିନ୍ତୁ ଶିକ୍ଷୟତ୍ରୀ ବିଗ୍ ବସରେ ଭାଗ ନେବା ପାଇଁ ମନା କରିଦେଇଥିଲେ । ଏବଂ କହିଥିଲେ ମୁଁ ମୋ ଘର ଛାଡିବାକୁ ଚାହୁଁନି, ମୋତେ ମୋ ପରିବାର ଏବଂ ପିଲାମାନଙ୍କ ଜତ୍ନ ନେବାରେ ଅଛି । ତେଣୁ ମୁଁ ଏଥିରେ ଭାଗ ନେଇପାରିବି ନାହିଁ । ଏହି କିଛି କଥା କହି ମହିଳା ଶିକ୍ଷୟତ୍ରୀ ଜଣକ ମୁଖ୍ୟମନ୍ତ୍ରୀଙ୍କ ପାଖରେ ଟ୍ରାନ୍ସଫରର ଗୁହାରି କରିଥିଲେ ।
ସୂଚନା ମୁତାବକ, ମହିଳା ଶିକ୍ଷକ ଜଣକ ମୁଖ୍ୟମନ୍ତ୍ରୀଙ୍କ ପାଖରେ ତାଙ୍କ ଚାକିରିକୁ ଅନ୍ୟତ୍ର ଟ୍ରାନ୍ସଫର କରିବା ପାଇଁ ଗୁହାରି କରିଥିଲେ । ଏହି କଥାରେ ଉତ୍ୟକ୍ତ ହୋଇ ମୁଖ୍ୟମନ୍ତ୍ରୀ ମହିଳାଙ୍କୁ ଏଣୁତେଣୁ କହିଥିଲେ । ଏବଂ ମହିଳାଙ୍କୁ ସସ୍ପେଣ୍ଟ୍ କରିବା କଥା ମଧ୍ୟ କହିଥିଲେ । ଏହି ଘଟଣାରେ ବିଜେପି ଏମଏଲଏ ମୁନ୍ନା ସିଂହ ଚୌହାନ ସରକାରଙ୍କ ସପକ୍ଷରେ ସଫେଇ ଦେଇ କହିଥିଲେ ମୁଖ୍ୟମନ୍ତ୍ରୀଙ୍କ କୌଣସି ଭୁଲ ନାହିଁ । ମୁଖ୍ୟମନ୍ତ୍ରୀ ମହିଳାଙ୍କ ସହ କୌଣସି ପ୍ରକାର କଟୁ ବଚନରେ କଥା ହୋଇନାହାଁନ୍ତି । ଏହି ଘଟଣା ଘଟିବା ପରେ ମହିଳାଙ୍କୁ ସସ୍ପେଣ୍ଟ୍ କରିଦିଆଗଲା । ମହିଳା ଏପରି ମିଛ ଅପବାଦ ମୁଖ୍ୟମନ୍ତ୍ରୀଙ୍କ ଉପରେ ଲଦି ଦେଇଥିଲେ । ଏବେ ଏହି ଘଟଣାର ପରଦାଫାସ ହେବା ପରେ ଜନତା ଘୁରି ଘୁରି ମୁଖ୍ୟମନ୍ତ୍ରୀଙ୍କ ପ୍ରସନ୍ସା କରୁଛନ୍ତି ।