ଜିଲ୍ଲାପାଳ ହେବ ତ ଏମିତି ! ନିଜ ହାତରେ ନାଳ ସଫା କଲେ, ସମାଜ ପାଇଁ ସୃଷ୍ଟି କଲେ ବିରଳ ଉଦାହରଣ ।

356

କନକ ବ୍ୟୁରୋ : ଉତ୍ତରପ୍ରଦେଶ ରାମପୁର ଜିଲ୍ଲାର ଜିଲ୍ଲାପାଳ ଅଞ୍ଜନେୟ କୁମାର ସିଂହ ଆଜି ଏକ ବିରଳ ଉଦାହାରଣ ସୃଷ୍ଟି କରିଛନ୍ତି । ଜିଲ୍ଲାପାଳ ଶ୍ରୀ ସିଂହ ଆଜି ନିଜ ହାତରେ ରାମପୁର ସହରର ଏକ ଗନ୍ଧମୟ ନର୍ଦ୍ଦମାର ଅବର୍ଜନାକୁ ସଫା କରିଛନ୍ତି । ସଂପୃକ୍ତ ନର୍ଦ୍ଦମାଟିରେ ସ୍ଥାନୀୟ ବାସିନ୍ଦା ଅବର୍ଜନା ପକାଇ ପକାଇ ନର୍ଦ୍ଦମାଟିକୁ ଏକ ପ୍ରକାରର ପୋତି ପକାଇ ଥିଲେ ଏବଂ ସେଥିରେ ନର୍ଦ୍ଦମାର ଜଳ ଆଉ ଯାଇ ପାରୁ ନଥିଲା ।

ନିଜର ଏହି କାର୍ଯ୍ୟ ସଂପର୍କରେ ଜିଲ୍ଲାପାଳ ଅଞ୍ଜନେୟ କୁମାର ସିଂହ କହିଛନ୍ତି ଯେ ଏହି କାର୍ଯ୍ୟ ଆହୁରି ବହୁ ଆଗରୁ ହେବାର ଥିଲା । ଏଥିପାଇଁ ଆମ ସମସ୍ତଙ୍କୁ ସଚେତନ ହେବାର ଆବଶ୍ୟକତା ରହିଛି । ନିଜ ନିଜର ପରିବେଶକୁ ସଫା ରଖିବା ହେଉଛି ଆମ ସମସ୍ତଙ୍କର ଦାୟିତ୍ୱ । ଯଦି ଆମେ ଏଥିରୁ ଓହରି ଯିବା ତେବେ ଏହାର କୁଫଳ ଆମମାନଙ୍କୁ ହିଁ ଭୋଗିବାକୁ ପଡ଼ିବ ଏବଂ ବିଭିନ୍ନ ପ୍ରକାର ରୋଗର ଆମେ ଶିକାର ହେବା । ତେବେ, ଜିଲ୍ଲାପାଳ ଅଞ୍ଜନେୟ କୁମାର ସିଂହଙ୍କର ଏହି କାର୍ଯ୍ୟକୁ ନେଇ ଏବେ ସମଗ୍ର ଉତ୍ତରପ୍ରଦେଶରେ ଚର୍ଚ୍ଚା ଆରମ୍ଭ ହୋଇଛି ।