ମଧ୍ୟପ୍ରଦେଶର ବୁନ୍ଦେଲଖଣ୍ଡରେ ବିରଳ ଶିଶୁର ଜନ୍ମ ! ଶରୀର ବାହାରେ ରହିଛି ହୃତପିଣ୍ଡ

37

କନକ ବ୍ୟୁରୋ : ମଧ୍ୟପ୍ରଦେଶର ବୁନ୍ଦେଲଖଣ୍ଡରେ ଏଭଳି ଗୋଟିଏ ଶିଶୁକନ୍ୟା ଜନ୍ମ ହୋଇଛି ଯାହାର ହୃତପିଣ୍ଡ ଶରୀର ବାହାରେ ରହି ଥିବାର ଦେଖିବାକୁ ମିଳିଛି । ଆଉ ଏହି ଝିଅଟି ଏବେ ମୃତ୍ୟୁ ସହ ସଂଘର୍ଷ କରୁଛି । ହୃତପିଣ୍ଡ ବାହାରେ ରହି ବି ହୃଦକ୍ରିୟା ଚାଲୁଥିବାରୁ ଡାକ୍ତରମାନେ ଶିଶୁଟିକୁ ଏବେ ନୀରିକ୍ଷଣ କରୁଛନ୍ତି ।

ଡାକ୍ତରଙ୍କ କହିବା ମୁତାବକ ପ୍ରତି ୮ରୁ ୧୦ ଲକ୍ଷ ଜନ୍ମ କ୍ଷେତ୍ରରେ ଏଭଳି ଘଟଣା ଘଟିଥାଏ । ଏହାକୁ ଡାକ୍ତରୀ ଭାଷାରେ ଇକଟୋପିଆ କର୍ଡିସ କୁହାଯାଇଥାଏ । ଝିଅଟିର ବାପା ପ୍ରସିଦ୍ଧ ଖଜୁରାହୋ ମନ୍ଦିରରେ ସିକୁରିଟି କର୍ମୀ ଭାବେ କାମ କରୁଥିବାବେଳେ ଝିଅଟିର ଚିକିତ୍ସା ପାଇଁ ଏବେ ଚିନ୍ତା ।