ହ୍ୱାଟ୍ସଆପ୍ ଉଜାଡି ଦେଲା ସୁନା ସଂସାର । ଅଗ୍ନିକୁ ସାକ୍ଷୀ ରଖି ସାତ ଜନ୍ମ ପାଇଁ ହାତ ଧରିଥିଲେ ହେଲେ ଭାଙ୍ଗିଗଲା ସବୁ ସ୍ୱପ୍ନ ।
ସାତ ଜନ୍ମ ପାଇଁ ସାଥି ହେବାକୁ ବାହାବେଦୀ ଉପରେ ଅଗ୍ନିକୁ ସାକ୍ଷୀ ରଖିଥିଲେ ହେଲେ ସ୍ୱପ୍ନ ଭାଙ୍ଗିଦେଲା ହ୍ୱାଟ୍ସଆପ । ଶୁଣିବାକୁ ଅଜବ ଲାଗୁଥିଲେ ମଧ୍ୟ ଏହା ସମ୍ପୂର୍ଣ୍ଣ ସତ୍ୟ ଘଟଣା ହ୍ୱାଟ୍ସଆପ୍ ଉଜାଡି ଦେଲା ସୁନା ସସାଂର । ମାତ୍ର କେଇ ମାସର ବିବାହ କରିଥିବା ନବ ଦମ୍ପତିଙ୍କୁ କେବଳ ହ୍ୱାଟ୍ସଆପ ପାଇଁ ଅଲଗା ହେବାକୁ ପଡିଛି । ଏଭଳି ଘଟଣା ଦେଖିବାକୁ ମିଳିଛି ଉତ୍ତର ପ୍ରଦେଶ ମଣିପୁରର ସିରର୍ସା ଅଞ୍ଚଳରେ । ଯାହାକୁ ନେଇ ଏବେ ସୋସିଆଲ ମିଡିଆରେ ଚର୍ଚ୍ଚା ଜୋର ଧରିଛି ।
Kanak News is now on WhatsApp
Join and get latest news updates delivered to you via WhatsApp
ସୂଚନା ମୁତାବକ ମଣିପୁର ସିରର୍ସା ଅଞ୍ଚଳ ନିବାସୀ ବିମଳେଶ କୁମାରଙ୍କ ପୁଅ ପ୍ରେମଚନ୍ଦ୍ରଙ୍କ ବିବାହ ଚଳିତ ବର୍ଷ ଅପ୍ରେଲ ମାସରେ ନନ୍ଦପୁରର ସୋମନାଥଙ୍କ କନ୍ୟା ସହିତ ହୋଇଥିଲା । ବାହାଘର ପରେ ପରେ ନବବଧୁ ଜଣକ ସବୁବେଳେ ମୋବାଇଲରେ ହ୍ୱାଟ୍ସଆପ୍ ଚାଟ୍ କରୁଥିବା ଅଭିଯୋଗ କରିଛନ୍ତି ତାଙ୍କ ସ୍ୱାମୀ ପ୍ରେମଚନ୍ଦ୍ର । ଏହାକୁ ନେଇ ପ୍ରତିଦିନ ଦୁଇ ଜଣଙ୍କ ମଧ୍ୟରେ ଝଗଡ଼ା ହେଉଥିଲା, ଏହାପରେ ମଧ୍ୟ ନବବଧୁ ଜଣକ ହ୍ୱାଟ୍ସଆପ ଚାଟିଂଗ୍ ରୁ ନିବୃତ ରହୁନଥିଲେ ଶେଷରେ ଉଭୟଙ୍କ ମଧ୍ୟରେ ତିକ୍ତତା ବଢ଼ିବାରେ ଲାଗିଲା ପରେ ଏହା ପଂଚାୟତ ସ୍ତରକୁ ଯାଇଥିଲା । ଏବଂ ଉଭୟ ପରିବାର ପକ୍ଷକୁ ପଂଚାୟତରେ ସମାଧାନର ବାଟ ପଚରା ଯିବାରୁ ନବଦମ୍ପତି ଅଲଗା ହେବାକୁ ନିଷ୍ପତି କଲେ । କାରଣ ନବବଧୁ ଜଣକ ମୋବାଇଲ ଛାଡିବାକୁ ନାରାଜ୍ । ସେପଟେ ମୋବାଇଲ ନ ଛାଡିଲେ କୌଣସି ସମ୍ପର୍କ ରଖିବେ ନାହିଁ ବୋଲି କହିଲେ ସ୍ୱାମୀ ପ୍ରେମଚନ୍ଦ୍ର ।
ପଞ୍ଚାୟତ ନିଷ୍ପତି ଅନୁସାରେ ବିବାହ ସମୟରେ ଦିଆନିଆ ହୋଇଥିବା ଯୌତୁକ ସମାଗ୍ରୀକୁ ଉଭୟ ପରିବାର ଫେରାଇ ନେଲେ । ଏହା ସହିତ କେଉଁ କାରଣରୁ ଦୁହେଁ ଅଲଗା ହେଲେ ପଞ୍ଚାୟତରେ ଏକ ଲିଖିତ ଆକାରରେ ଦେଇଛନ୍ତି ଉଭୟ ପରିବାର ବର୍ଗ । ତେବେ ସମାଜରେ ଅନେକ ପ୍ରଭାବ ସୃଷ୍ଟି କରୁଛି ଟେକନୋଲୋଜୀ । କେତେବେଳେ ପରିବାରକୁ ରକ୍ଷା କରୁଛି ତ ଆଉ କେତେବେଳେ ପରିବାରକୁ ଭାଙ୍ଗି ଦେଉଛି ଟେକ୍ନୋଲୋଜୀ ।