ଭୁବନେଶ୍ୱର ବ୍ୟୁରୋ, କନକ ନ୍ୟୁଜ୍: ଗଢା ହେବ ଉକôଳ ବିଶ୍ୱବିଦ୍ୟାଳୟର ଦ୍ୱିତୀୟ କ୍ୟାଂପସ । ଏଥି ପାଇଁ ବାଟ ଫିଟିଛି । ବିଶ୍ୱବିଦ୍ୟାଳୟର ଗ୍ରାମାଂଚଳ କ୍ୟାଂପସ ଗଢିବା ପାଇଁ ସରକାର ରାଜି ହୋଇଛନ୍ତି । ଏନେଇ ଉଚ୍ଚଶିକ୍ଷା ବିଭାଗ ପକ୍ଷରୁ ଏକ ଚିଠି ଉକôଳ ବିଶ୍ୱବିଦ୍ୟାଳୟ ରେଜିଷ୍ଟ୍ରାରଙ୍କୁ ଦିଆଯାଇଛି । ଏଥିରେ ଏହି ଗ୍ରାମାଂଚଳ କ୍ୟାଂପସ ପାଇଁ ୧୦୦ ଏକର ଜମିଚିହ୍ନଟ ହୋଇଥିବା ଦର୍ଶାଯାଇଛି । ଚିଠି ଅନୁସାରେ, ଏହି କ୍ୟାଂପସ ଯାଜପୁର ଜିଲ୍ଲା ବଡଚଣା ଥାନା ଅନ୍ତର୍ଗତ ସିହା ଗାଁରେ ଗଢା ହେବ । ଏନେଇ ଜିଲ୍ଲା ପ୍ରଶାସନ ସହିତ ଅଧିକ ଆଲୋଚନା କରିବାକୁ ବିଭାଗ ପକ୍ଷରୁ ବିଶ୍ୱବିଦ୍ୟାଳୟ କର୍ତୃପକ୍ଷଙ୍କୁ ପରାମର୍ଶ ଦିଆଯାଇଛି । ଫଳରେ ରାଜ୍ୟର ପ୍ରଥମ ବିଶ୍ୱବିଦ୍ୟାଳୟର ଶିକ୍ଷାର ପରିସୀମା ବୃଦ୍ଧି ପାଇବ ଏବଂ ବହୁ ଛାତ୍ରଛାତ୍ରୀ ଉପକୃତ ହେବେ ।
ଉକôଳ ବିଶ୍ୱବିଦ୍ୟାଳୟର ଦ୍ୱିତୀୟ କ୍ୟାଂପସ ପାଇଁ ଫିଟିଲା ବାଟ : ବଡଚଣା ଅଂଚଳରେ ନିର୍ମାଣ ହେବ ଗ୍ରାମାଂଚଳ କ୍ୟାଂପସ
/kanak/media/post_attachments/wp-content/uploads/2016/06/Screen-shot-2016-06-01-at-9.50.27-AM.png)