ରେଜଲ୍ଟ ପୂର୍ବରୁ ବାହାରୁଛି ମାର୍କ : ଉତ୍କଳ ବିଶ୍ୱବିଦ୍ୟାଳୟରୁ ଆସିଲା ସାଂଘାତିକ ଅଭିଯୋଗ

16

କନକ ବ୍ୟୁରୋ : ଛାତ୍ରଛାତ୍ରୀଙ୍କ ରେଜଲ୍ଟ ବାହାରିବା ପୂର୍ବରୁ ମାର୍କ ଭାଇରାଲ ହେଉଛି ସୋସିଆଲ ମିଡିଆରେ । ଏଭଳି ସଂଗୀନ ଅଭିଯୋଗ ଆସିଛି ଉତ୍କଳ ବିଶ୍ୱବିଦ୍ୟାଳୟର ସାଇକଲୋଜି ବିଭାଗର ସହାୟକ ପ୍ରଫେସର ମହେଶ୍ୱର ଶତପଥୀଙ୍କ ନାଁରେ । ବିଭିନ୍ନ ଘଟଣାରେ ସବୁବେଳେ ଚର୍ଚ୍ଚାରେ ଥିବା ଉତ୍କଳ ବିଶ୍ୱବିଦ୍ୟାଳୟ ଏବେ ପ୍ରଫେସରଙ୍କ କାରନାମାକୁ ନେଇ ଚର୍ଚ୍ଚାରେ ।

ଏନେଇ ପିଜି କାଉନସିଲ ଅଧ୍ୟକ୍ଷ ରଞ୍ଜନ ବଳ ସଂପୃକ୍ତ ପ୍ରଫେସରଙ୍କୁ କାରଣ ଦର୍ଶାଅ ନୋଟିସ ମଧ୍ୟ ଜାରି କରିଛନ୍ତି । ସାତ ଦିନ ମଧ୍ୟରେ ପ୍ରଫେସର ଶତପଥୀଙ୍କଠୁ ଜବାବ ମଗାଯାଇଛି । ତେବେ କେବଳ ଛାତ୍ରଛାତ୍ରୀଙ୍କ ରେଜଲ୍ଟ ପୋଷ୍ଟ କରିବା ନୁହେଁ ନିଜ ସହଯୋଗୀ ପ୍ରଫେସରଙ୍କ ବିରୋଧରେ ଫେସବୁକରେ ଲେଖିବା ଅଭିଯୋଗ ମଧ୍ୟ ଆସିଛି ପ୍ରଫେସରଙ୍କ ବିରୁଦ୍ଧରେ । ଏପଟେ ସମସ୍ତ ଘଟଣାକୁ ଖଣ୍ଡନ କରିଛନ୍ତି ପ୍ରଫେସର ମହେଶ୍ୱର ଶତପଥୀ  ।