କନକ ବ୍ୟୁରୋ: ହିଜବୁଲକୁ ଆତଙ୍କବାଦୀ ସଂଗଠନ ଘୋଷଣା କଲା ଆମେରିକା । ଜମ୍ମୁ-କଶ୍ମୀରରେ ଆତଙ୍କବାଦ ଚଳାଇଥିବା ହିଜବୁଲ ମୁଜାହିଦ୍ଦିନକୁ ବିଦେଶୀ ଆତଙ୍କବାଦୀ ସଙ୍ଗଠନ ଘୋଷଣା କରିଛି ଟ୍ରମ୍ପ ପ୍ରଶାସନ ।
ଇମିଗ୍ରେସନ୍ ଆଣ୍ଡ୍ ନ୍ୟାସନାଲିଟି ଆକ୍ଟ ଧାରା ୨୧୯ ଏବଂ ଏକଜିକ୍ୟୁଟିଭ୍ ଅର୍ଡର-୧୩ ହଜାର ୨୨୪ ଅନୁଯାୟୀ ହିଜବୁଲ ମୁଜାହିଦ୍ଦିନକୁ ଡିଜାଇନେଟେଡ୍ ଗ୍ଲୋବାଲ ଟେରରିଷ୍ଟ ବା ଏସଡିଜିଟି ଘୋଷଣା କରିଛି ଆମେରିକା ବିଦେଶ ବିଭାଗ ।
ଆମେରିକାରେ ହିଜବୁଲ ମୁଜାହିଦ୍ଦିନର ସମସ୍ତ ସଂପତି ବାଜ୍ୟାପ୍ତି କରିବା ସହ ଏହି ଆତଙ୍କୀ ସଂଗଠନର ଗତିବିଧି ଉପରେ କଟକଣା ଲାଗୁ ହୋଇଛି । ଏହା ସହ ଏହି ସଂଗଠନ ସହ କେହି କୌଣସି ଉପାୟରେ ସଂପୃକ୍ତ ହୋଇପାରିବେନି ବୋଲି କଡ଼ା ନିର୍ଦ୍ଦେଶ ଦିଆଯାଇଛି ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2017/08/hizbul.jpg)