କାଷ୍ଟିଂ କାଉଚ୍ ଅଭିଯୋଗ ନେଇ ମୁହଁ ଖୋଲିଲେ ବିନି ସାମଲ : କହିଲେ ଅଭିନେତ୍ରୀ ଶର୍ମିଷ୍ଠାଙ୍କ ଅଭିଯୋଗ ଭିତ୍ତିହୀନ

106

ଭୁବନେଶ୍ୱର ବ୍ୟୁରୋ , କନକ ନ୍ୟୁଜ୍ : କାଷ୍ଟିଂ କାଉଚ୍ ନେଇ ଅଭିନେତ୍ରୀ ଶର୍ମିଷ୍ଠାଙ୍କ ଅଭିଯୋଗକୁ ଭିତ୍ତିହୀନ ବୋଲି କହିଛନ୍ତି ବିନି ସାମଲ ।  ଆଜି ଉର୍ମି କମ୍ୟୁନିକେଶନ ପକ୍ଷରୁ ଏକ ସାମ୍ବାଦିକ ସମ୍ମିଳନୀ କରି କାଷ୍ଟିଂ କାଉଚରେ ତାଙ୍କର ଚଣ୍ଡି ପରିଜା ଓ ନିହାର ସାମଲଙ୍କର କୌଣସି ସଂପୃକ୍ତି ନାହିଁ ବୋଲି ସ୍ପଷ୍ଟ କରିଛନ୍ତି । ସେହିପରି ଶର୍ମିଷ୍ଠା ତାଙ୍କ ସଂସ୍ଥା ଉପରେ ୪ ଲକ୍ଷ ଟଙ୍କା ବାକି ରଖିଥିବା ତଥ୍ୟ ପ୍ରମାଣ ଦେଇଛନ୍ତି ବିନି । ପ୍ରଥମେ ତିନି ଜଣଙ୍କ ବିରୋଧରେ କାଷ୍ଟିଂ କାଉଚ ଅଭିଯୋଗ ଆଣିଥିବାବେଳେ ପରବର୍ତି ସମୟରେ ଉର୍ମି କମ୍ୟୁନିକେଶନର ଆଉ ତିନି ଜଣଙ୍କ ନାଁ ଉଦ୍ଦେଶ୍ୟମୂଳକ ଭାବେ ଯୋଡିଥିବା  ପାଲଟା ଅଭିଯୋଗ କରିଛନ୍ତି ବିନି । ତାଙ୍କ ଉପରେ ଥିବା ଦେୟରୁ ବଂଚିବା ପାଇଁ ଶର୍ମିଷ୍ଠା ଏଭଳି କରିଥିବା କହିଛନ୍ତି ବିନି । ଏନେଇ ତାଙ୍କ ବିରୋଧରେ ଆଇନଗତ କାର୍ଯ୍ୟାନୁଷ୍ଠାନ ପାଇଁ ସେ ଧମକ ଦେଇଛନ୍ତି । ସେପଟେ ପ୍ରମାଣ ନଥାଇ ପୁଲିସ କିଭଳି ଏତଲା ରଖିଲା ସେନେଇ ପ୍ରଶ୍ନ ଉଠାଇଛନ୍ତି ବିନି । ଏତେଦିନ ଯାଏଁ ଶର୍ମିଷ୍ଠା କାହିଁକି ଚୁପ୍ ଥିଲେ ଓ  ସିରିଅଲରୁ ବାଦ ପଡିବା ପରେ ସଂସ୍ଥାକୁ ବଦନାମ୍ କରିବା ପାଇଁ ଏଭଳି ଅପଚେଷ୍ଟା କରୁଥିବା କହିଛନ୍ତି ବିନି ।