କନକ ବ୍ୟୁରୋ : ଉତର ପ୍ରବେଶରେ ଜଣେ ପୂର୍ବତନ କର୍ଣ୍ଣେଲ ଓ ଜାତୀୟ ସୁଟରଙ୍କ ଘରେ ଚଢାଉ ହୋଇଛି । ଆଉ ଚଢାଉ ବେଳେ ଯାହା ମିଳିଛି ତାହା ଆପଣ ଜାଣିଲେ ଆଶ୍ଚ ର୍ଯ୍ୟ ହେବେ । ଡାଇରେକ୍ଟର ଅଫ ରେଭିନ୍ୟୁ ଇଂଟେଲିଜେନ୍ସ, ଡିଆରଆଇର ପ୍ରାୟ ୧୫ ଘଂଟାର ରେଡରେ ୩୫ ଅତ୍ୟାଧୁନିକ ବିଦେଶୀ ବନ୍ଧୁକ ଓ ୫୦ ହଜାର କାରତୁସ୍ ଜବତ ହୋଇଛି । ଏହାଛଡା ୧ କୋଟି ନଗଦ ଏବଂ ବିଭିନ୍ନ ବନ୍ୟଜନ୍ତୁଙ୍କ ଚମଡା, ବାଘଛାଲ,ମୁଣ୍ଡ ଓ ଶିଙ୍ଗ ଜବତ ହୋଇଛି ।
ସବୁଠାରୁ ବଡ କଥା ହେଲା, ଦୁର୍ଲଭ ଓ ପ୍ରତିବନ୍ଧିତ ବନ୍ୟଜନ୍ତୁଙ୍କ ପ୍ରାୟ ୧୧୭ କିଲୋ ମାଂସ ବି ମିଳିଛି । ରେଡ ଗତକାଲି ଦିନ ୧୧ଟା ୩୦ରୁ ଆଜି ସକାଳ ଯାଏଁ ଚାଲିଥିଲା । ଆଉ ଚଢାଉ ବେଳେ ବାଘଛାଲ ଓ କଳାହରିଣର ଶିଙ୍ଗ ମିଳିଛି । ଜବତ ହୋଇଥିବା ପ୍ରାୟ ୧୧୭ କିଲୋ ମାଂସ ଏକ ବଡ କଂଟେନରରେ ରଖାଯାଇଥିଲା ଘଟଣା ପରେ ସଂପୃକ୍ତ କର୍ଣ୍ଣେଲ, ତାଙ୍କ ପତ୍ନୀ ଓ ଜାତୀୟ ସୁଟର ଥିବା ପୁଅ ପ୍ରଶାନ୍ତ ବିଷ୍ଣୋୟୀ ଫେରାର ହୋଇଯାଇଛନ୍ତି ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2017/04/vlcsnap-2017-04-30-17h47m42s526.png)