ଶେଷ ଇଚ୍ଛା ରହିଗଲା ଅଧୁରା । ମୃତ୍ୟୁର ଶେଯରେ ଶୋଇଲେ ଉନ୍ନାଓ ପୀଡିତା , ଭାଇଙ୍କୁ କହିଲେ ଶେଷ ଇଚ୍ଛା । 

3,517

୯୦ ପ୍ରତିଶତ ଜଳିଯାଇଥିବା ଉନ୍ନାଓ ଗଣଦୁଷ୍କର୍ମ ପୀଡିତା ଜୀବନ ଯୁଦ୍ଧରେ ହାରିଯାଇଛନ୍ତି । ଦିଲ୍ଲୀସ୍ଥିତ ସଫଦରଗଂଜ ହସ୍ପିଟାଲରେ ତାଙ୍କର ମୃତ୍ୟୁ ଘଟିଛି । ଜାତୀୟ ଗଣମାଧ୍ୟମର ରିପୋର୍ଟ ଅନୁସାରେ ଉନ୍ନାଓ ଗଣଦୁଷ୍କର୍ମ ପୀଡିତାଙ୍କ ଶୁକ୍ରବାର ରାତି ୧୧ ଟା ୪୦ରେ ଚିକିତ୍ସାଧୀନ ଅବସ୍ଥାରେ ମୃତ୍ୟୁ ଘଟିଛି । ଯୁବତୀଙ୍କୁ ଗୁରୁବାର ସଂନ୍ଧ୍ୟାରେ ଏୟାରଲିଫ୍ଟ କରି ଲଖନାଉସ୍ଥିତ ଶ୍ୟାମପ୍ରସାଦ ମୁଖାର୍ଜୀ ହସ୍ପିଟାଲରୁ ଦିଲ୍ଲୀ ନିଆଯାଇଥିଲା । ଡାକ୍ତରୀ ଟିମଙ୍କ ବହୁତ ଚେଷ୍ଟା କରିବା ପରେ ମଧ୍ୟ ତାଙ୍କୁ ବଂଚାଇ ପାରିନାହାନ୍ତି । । ପୀଡିତାଙ୍କ ଶେଷ ଇଚ୍ଛା ଅଧାରେ ରହିଯାଇଛି । ପରିବାର ଲୋକଙ୍କ କହିବା ଅନୁଯାୟୀ ତାଙ୍କ ଝିଅ ତାର ଶେଷ ଇଚ୍ଛା ସହ ଆରପାରିକୁ ଚାଲିଯାଇଛି । ୨୪ ଘଣ୍ଟା ପର୍ୟ୍ୟନ୍ତ ଜୀବନ ସହ ସଂଘର୍ଷ କରି ସେ ହାରିଯାଇଛି । 

ହସ୍ପିଟାଲରେ ଉପସ୍ଥିତ ଥିବା ପୀଡିତାଙ୍କ ମା, ଭଉଣୀ ଓ ଭାଇ କହିଛନ୍ତି ଯେ, ପୀଡିତା ମୃତ୍ୟୁ ପୂର୍ବରୁ କହିଥିଲେ ସେ ବଞ୍ଚିବାକୁ ଚାହୁଁଛନ୍ତି ଓ ଅଭିଯୁକ୍ତଙ୍କୁ ଶକ୍ତ ଦଣ୍ଡ ଦିଆଯିବା ଦରକାର । ସୂଚନା ଅନୁଯାୟୀ,ଉନ୍ନାଓ ଥାନା ଅନ୍ତର୍ଗତ ପୀଡିତାଙ୍କୁ ଗୁରୁବାର ଭୋର ସକାଳୁ ୫ ଜଣ ଅଭିଯୁକ୍ତ ଜୀଅନ୍ତା ଜାଳି ଦେଇଥିଲେ । ଘଟଣା ସହ ଜଡିତ ୫ ଜଣ ଅଭିଯୁକ୍ତଙ୍କୁ ଗିରଫ କରାଯାଇଛି । ପୀଡିତା ଅଭିଯୋଗ କରି କହିଥିଲେ ଯେ, ଶିବମ ତ୍ରିବେଦୀ ନାମକ ଜଣେ ବ୍ୟକ୍ତି ତାଙ୍କୁ ପ୍ରେମ ଜାଲରେ ଫସାଇ ରାୟବରେଲି ନେଇ ଯାଇଥିଲେ । ସେଠାରେ ଦୁଷ୍କର୍ମ କରି ଘଟଣାର ଭିଡିଓ ରେକଡିଂ କରିଥିଲେ । ଯୁବତୀଙ୍କ କହିବା ଅନୁଯାୟୀ ଶିବମ ତାଙ୍କୁ ଅନେକ ସହର ନେଇ ଦୁଷ୍କର୍ମ କରିଥିଲେ । ଯେତେବେଳେ ସେ ବିବାହ ପାଇଁ ଦାବି କରିଥିଲେ ସେଥିରେ ଶିବମ ରାଜି ହୋଇନଥିଲେ । ଯୁବତୀଙ୍କୁ ଜଣାଇଥିବା ଅନ୍ୟ ଅଭିଯୁକ୍ତ ମଧ୍ୟ ତାଙ୍କୁ ଦୁଷ୍କର୍ମ କରିଥିଲେ । ମାତ୍ର ସେମାନେ କିଛି ଦିନ ପୂର୍ବରୁ ଜାମିନରେ ଆସିଥିବା ଜଣା ପଡିଛି ।