ଜମ୍ମୁରେ ସୀମା ଭିତରକୁ ପଶୁଥିଲେ ଅଜଣା ଯୁବକ, ଚେତାବନୀ ଦେଲା ପରେ ବି ଶୁଣିଲେନି । ଶେଷର ବିଏସଏଫ ଯବାନଙ୍କ ଗୁଳିରେ ଜୀବନ ଗଲା ।
ଜମ୍ମୁ ଓ କଶ୍ମୀରର ସାମ୍ବା ଜିଲ୍ଲାରେ ଥିବା ଭାରତ-ପାକିସ୍ତାନ ଅନ୍ତର୍ଜାତୀୟ ସୀମା ଅତିକ୍ରମ କରି ଅନୁପ୍ରବେଶ କରୁଥିବା ଜଣେ ସନ୍ଦିଗ୍ଧ ବ୍ୟକ୍ତିକୁ ଆଜି ବିଏସଏଫ୍ ଯବାନମାନେ ଗୁଳି କରି ମାରିଦେଇଛନ୍ତି ।
Kanak News is now on WhatsApp
Join and get latest news updates delivered to you via WhatsApp
ବିଏସଏଫ ସୁତ୍ରରୁ ମିଳିଥିବା ସୂଚନା ଅନୁସାରେ ଆଜି ସକାଳେ ସାମ୍ବା ଜିଲ୍ଲାର ମଙ୍ଗୁଛକ ଅଞ୍ଚଳରେ ଥିବା ଅନ୍ତର୍ଜାତୀୟ ସୀମାଦେଇ ଏହି ଅଜଣା ବ୍ୟକ୍ତି ଭାରତ ଭିତରକୁ ପ୍ରବେଶ କରୁଥିଲା । ପ୍ରବଳ ବର୍ଷାର ସୁଯୋଗ ନେଇ ସେ ଭାରତୀୟ ସୀମା ଭିତରକୁ ପ୍ରବେଶ କରିବାକୁ ଉଦ୍ୟମ କରୁଥିଲା । ତେବେ ତାକୁ ବିଏସଏଫ୍ ଯବାନମାନେ ଦେଖି ଅନୁପ୍ରବେଶ ନ କରିବାକୁ ଚେତାବନୀ ଦେଇଥିଲେ । ତାକୁ ଚେତାବନୀ ଦେଇ କିଛି ରାଉଣ୍ଡ ଗୁଳି ମଧ୍ୟ ଚଳାଇଥିଲେ । ଏହା ସତ୍ତ୍ୱେ ସଂପୃକ୍ତ ବ୍ୟକ୍ତି ଅନୁପ୍ରବେଶ କରିଚାଲିଥିଲା । ଏହା ପରେ ବାଧ୍ୟ ହୋଇ ବିଏସଏଫ୍ ପକ୍ଷରୁ ଗୁଳି ଚଳାଇ ତାକୁ ମାରିଦିଆଯାଇଥିଲା । ଏହି ବ୍ୟକ୍ତିର ମୃତଦେହ ଏପର୍ଯ୍ୟନ୍ତ ସୀମା ନିକଟରେ ପଡ଼ିରହିଛି ।
ଜମ୍ମୁ ଓ କଶ୍ମୀରରେ ଧାରା ୩୭୦ ଉଠିବା ପରେ ଏଠାରେ ଅସ୍ଥିରତା ସୃଷ୍ଟି କରିବା ପାଇଁ ପାକିସ୍ତାନ ବରାବର ଉଦ୍ୟମ କରିଚାଲିଛି । ସୀମା ଓ ନିୟନ୍ତ୍ରଣରେଖା ଦେଇ ଆତଙ୍କବାଦୀମାନଙ୍କ ଅନୁପ୍ରବେଶ କରାଇବାକୁ ଉଦ୍ୟମ କରୁଛି ।