ମୃତ୍ୟୁକୁ ମାତ୍ ଦେଇଥିଲେ ମୋଦି ! ଜାଣନ୍ତୁ ପ୍ରଧାନମନ୍ତ୍ରୀଙ୍କ ବିଷୟରେ ଏଭଳି କିଛି ଅଜଣା କଥା

93

ନିଜ ବ୍ୟକ୍ତିତ୍ୱ, ଦକ୍ଷତା, କାର୍ଯ୍ୟଶୈଳୀ ଏବଂ ନିଆରା ଅନ୍ଦାଜ୍ ପାଇଁ ସବୁବେଳେ ଚର୍ଚ୍ଚିତ ପ୍ରଧାନମନ୍ତ୍ରୀ । କେବଳ ଭାରତରେ ନୁହେଁ ପୁରା ବିଶ୍ୱରେ ଲୋକପ୍ରିୟ ମୋଦି । ତେବେ ମୋଦିଙ୍କୁ ପ୍ରଧାନମନ୍ତ୍ରୀ ଭାବରେ ଆପଣ ଭଲ ଭାବରେ ଜାଣନ୍ତି । ହେଲେ ବ୍ୟକ୍ତଗତ ଜୀବନକୁ ନେଇ କେତେ ଜାଣନ୍ତି ଏହି ଲୋକପ୍ରିୟ ପ୍ରଧାନମନ୍ତ୍ରୀଙ୍କୁ । ଯଦି ଜାଣି ନାହାଁନ୍ତି ତେବେ ଜାଣନ୍ତୁ ମୋଦିଙ୍କ ବିଷୟରେ କିଛି ଅଜଣା କଥା ।

• ୧୩ ବର୍ଷ ବୟସରେ ମୋଦିଙ୍କ ନିର୍ବନ୍ଧ ହୋଇଥିଲା ଆଉ ୧୮ ବର୍ଷ ବୟସରେ ବିବାହ ।

• ମାତ୍ର ୩ ମାସ ମୋଦି ଏବଂ ତାଙ୍କ ପତ୍ନୀ ଯଶୋଦାବେନ୍ ଏକାଠି ରହିଥିଲେ ।

• ସ୍କୁଲରେ ପଢିବା ସମୟରେ ମୋଦି ଅନେକ ଡ୍ରାମାରେ ଭାଗ ନେଇଥିଲେ ।

• ଥରେ ଘର ପାଖ ପୋଖରୀରେ ନିକଟରେ ଖେଳୁଥିବା ସମୟରେ ଏକ କୁମ୍ଭୀର ତାଙ୍କୁ ଆକ୍ରମଣ କରିଥଲା । ଫଳରେ ସେ ଗୁରୁତର ଆହତ ହୋଇଥିଲେ । କହିବାକୁ ଗଲେ ମୃତ୍ୟୁକୁ ଖୁବ୍ ନିକଟରୁ ଦେଖିଥିଲେ ମୋଦି  ।

• ଗୁଜୁରାଟରେ ୧୩ ବର୍ଷ ଶାସନ କାଳ ଏବଂ ପ୍ରଧାନମନ୍ତ୍ରୀ ଭାବରେ ଆଜି ଯାଏଁ କାମ କରିବା ମଧ୍ୟରେ ଥରୁଟିଏ ମଧ୍ୟ ଛୁଟି ନେଇନାହାଁନ୍ତି ମୋଦି ।

• ମୋଦି ନାକେବଳ ଜଣେ ଭଲ ବକ୍ତା ବରଂ ଜଣେ ଭଲ ଲେଖକ ମଧ୍ୟ  ।

• ନରେନ୍ଦ୍ର ମୋଦି ପିଲାବେଳେ ସାଧୁସନ୍ଥ ଦ୍ୱାରା ପ୍ରଭାବିତ ହୋଇ ସନ୍ୟାସୀ ହୋଇଯିବାକୁ ଚାହୁଁଥିଲେ।

• ନରେନ୍ଦ୍ର ମୋଦି ସ୍ୱାମୀ ବିବେକାନନ୍ଦଙ୍କୁ ନିଜର ଆଦର୍ଶ ମାନନ୍ତି ।

• ମୋଦି ଆମେରିକାସ୍ଥିତ ଏକ ଶିକ୍ଷାନୁଷ୍ଠାନରେ ମ୍ୟାନେଜମେଣ୍ଟ ଓ ପବ୍ଲିକ୍ ରିଲେସନରେ ୩ ମାସିଆ କୋର୍ସ କରିଛନ୍ତି । ମୋଦି ଜଣେ ପୋଷ୍ଟଗ୍ରାଜୁଏଟ୍ ମଧ୍ୟ ।

• ମୋଦି ଅହମ୍ମଦାବାଦସ୍ଥିତ ଆରଏସଏସ୍ ମୁଖ୍ୟାଳୟରେ ରହୁଥିବା ସମୟରେ ବରିଷ୍ଠ ନେତାଙ୍କ ରହୁଥିବା ସ୍ଥାନ ଓ ପୋଷାକକୁ ସଫା କରିବା ସହିତ ଚା’ ପ୍ରସ୍ତୁତ କରୁଥିଲେ।

• ୧୯୭୫ ମସିହାରେ ଆରଏସ୍ଏସ୍ ଭଳି ସଂସ୍ଥା ଉପରେ ପ୍ରତିବନ୍ଧକ ଲଗା ଯାଇଥିଲା । ସେତେବେଳେ ମୋଦି ଜଣେ ସର୍ଦ୍ଦାର ବେଶରେ ରହୁଥିଲେ।

• ମୋଦି ଛୋଟଛୋଟ କଥାରେ ବି ଧ୍ୟାନ ରଖନ୍ତି, ଯେମିତି କେଶ ଓ ପୋଷାକର । ତେଣୁ ମୋଦିଙ୍କୁ ଷ୍ଟାଇଲ୍ ଆଇକନ୍ ଭାବରେ ଗଣାଯାଏ  ।

• ଭାରତରେ କେତେକ ଲୋକଙ୍କ ବିରୋଧ କାରଣରୁ ୨୦୦୩ ଓ ୨୦୦୪ରେ ଆମେରିକା ମୋଦିଙ୍କୁ ଭିସା ଦେଇ ନ ଥିଲା।

• ନରେନ୍ଦ୍ର ମୋଦିଙ୍କୁ ନୂତନ ଟେକ୍ନୋଲୋଜି ବ୍ୟବହାର କରିବାକୁ ଭଲ ଲାଗିଥାଏ। ୨୦୧୪ ଲୋକସଭାରେ ମୋଦି ପ୍ରଥମେ ଥ୍ରିଡି ଟେକ୍ନିକର ପ୍ରୟୋଗ କରି ଭାଷାଣ ଦେଇଥିଲେ।

• ଜାପାନ୍ ପ୍ରଧାନମନ୍ତ୍ରୀ ସିଞ୍ଜୋ ଆବେ ଟୁଇଟରରେ କେବଳ ଚାରି ଜଣ ଲୋକଙ୍କୁ ଫଲୋ କରି ଥାଆନ୍ତି। ସେମାନଙ୍କ ମଧ୍ୟରେ ନରେନ୍ଦ୍ର ମୋଦି ଅନ୍ୟତମ।