ବର୍ଷା କାରଣରୁ ପରୀକ୍ଷା ଦେଇପାରିନଥିବା ଛାତ୍ରଛାତ୍ରୀଙ୍କୁ ମିଳିବ ଆଉ ଏକ ସୁଯୋଗ ! ଜାଣନ୍ତୁ କେଉଁଠି ହେଲା ଏପରି ବ୍ୟବସ୍ଥା ।

34

ମୁମ୍ବାଇରେ ହେଉଥିବା ପ୍ରବଲ ବର୍ଷା କାରଣରୁ ଜନଜୀବନ ଅସ୍ତବ୍ୟସ୍ତ ହୋଇପଡିଛି । ଲୋକମାନେ ଘରୁ ବାହାରକୁ ବାହାରି ପାରୁନାହାଁନ୍ତି । ପିଲାମାନେ ସ୍କୁଲ କଲେଜ ଯାଇପାରୁ ନାହାଁନ୍ତି । ଏଥି ମଧ୍ୟରେ କିଛିଦିନ ତଳେ ମୁମ୍ବାଇ ବିଶ୍ୱବିଦ୍ୟାଳୟରେ ପରୀକ୍ଷା ଆରମ୍ଭ ହୋଇଥିଲା । କିନ୍ତୁ ଭାରି ବର୍ଷା କାରଣରୁ କିଛି ଛାତ୍ରଛାତ୍ରୀ ପରୀକ୍ଷା ଦେବାକୁ ଆସିପାରି ନଥିଲେ । ତେଣୁ ଯେଉଁ ଛାତ୍ରଛାତ୍ରୀ ବର୍ଷା କାରଣରୁ ପରୀକ୍ଷା ଦେବାକୁ ଆସିପାରି ନାହାଁନ୍ତି ସେମାନଙ୍କୁ ବିଶ୍ୱବିଦ୍ୟାଳୟ ଆଉ ଏକ ସୁଯୋଗ ପ୍ରଦାନ କରିଛି ।

ମୁମ୍ବାଇର ଉପନଗର ଅନେ୍ଧରୀରେ ଭାରି ବର୍ଷା କାରଣରୁ ଗତ ମଙ୍ଗଳବାର ସକାଳେ ଓଭର ବ୍ରିଜର ଏକ ଅଂଶ ରୋଡ ଉପରେ ଭାଙ୍ଗି ଖସିପଡିଥିଲା । ଏହି କାରଣରୁ ମୁମ୍ବାଇରେ ଜାତାୟତ ଏକ ପ୍ରକାର ବନ୍ଦ ହୋଇଯାଇଥିଲା । କେବଳ ସେତିକି ନୁହେଁ ଭାରି ବର୍ଷା କାରଣରୁ ରାସ୍ତାରେ ଅତ୍ୟଧିକ ପାଣି ଜମା ହୋଇଯାଇଥିବାରୁ ଟ୍ରେନ ,ବସ ଆଦିର ଯିବାଆସିବା ସମ୍ପୁର୍ଣ୍ଣ ଭାବେ ବନ୍ଦ ହୋଇଯାଇଥିଲା ଏବଂ ଅନେକ ଯାଗାରେ ବହୁ କ୍ଷୟ କ୍ଷତି ମଧ୍ୟ ହୋଇଥିଲା ।

ବିଏମସିର କହିବା ଅନୁସାରେ, ଭାରି ବର୍ଷା କାରଣରୁ ଅନେକ ସ୍ଥାନରେ ବହୁ କ୍ଷୟକ୍ଷତି ହୋଇଛି । ଡ୍ରେନରେ ଅଳିଆ ଜମିବା କାରଣରୁ ପାଣି ରାସ୍ତା ଉପରେ ଜମା ହୋଇ ରହିଛି । ଯାହା ଫଳରେ ଯାତାୟତରେ ବାଧା ସୃଷ୍ଟି ହୋଇଛି ।

ମୁମ୍ବାଇର ଏପରି ପରିସ୍ଥିତି ପାଇଁ ବହୁ ଧନଜୀବନ ନଷ୍ଟ ହୋଇଛି । ଯାହା ଫଳରେ ଛାତ୍ରଛାତ୍ରୀ ମାନେ କଲେଜ ଯାଇପାରୁ ନାହାଁନ୍ତି । ଗତ କିଛି ଦିନ ତଳେ ବର୍ଷା କାରଣରୁ ମୁମ୍ବାଇ ବିଶ୍ୱବିଦ୍ୟାଳୟରେ ଚାଲିଥିବା ପରୀକ୍ଷାରେ ମଧ୍ୟ ଅନେକ ଛାତ୍ରଛାତ୍ରୀ ପହଞ୍ଚି ପାରିନଥିଲେ । ଯାହା ଫଳରେ ବାଧ୍ୟ ହୋଇ ପରୀକ୍ଷାକୁ ଘୁଞ୍ଚାଇ ଅନ୍ୟ ଏକ ତାରିଖରେ ପରୀକ୍ଷା କରାଯିବ ବୋଲି ନିର୍ଦ୍ଦେଶ ଦେଇଛି ବିଶ୍ୱବିଦ୍ୟାଳୟ ।