କେନ୍ଦ୍ରାପଡାର ନିଆରା ବାହାଘର । ନଥିଲା ବାଣବାଜା କି ରୋଶଣୀ । ଚାଲିଚାଲି ଆସି ବିବାହ କଲେ ଯୁବକ

ବିବାହରେ ବାଂଟିଲେ ଚାରା ଗଛ,ପ୍ରୟାସକୁ ମିଳିଲା ପ୍ରଶଂସା

323

କନକ ବ୍ୟୁରୋ: କେନ୍ଦ୍ରାପଡାର ନିଆରା ବାହାଘର । ନଥିଲା ବାଣବାଜା କି ରୋଶଣୀ । ଚାଲିଚାଲି ଆସି ବିବାହ କଲେ ଯୁବକ । ପରିବେଶ ସନ୍ତୁଳତନର ବାର୍ତା ଦେଇ ଓ ଚାରା ଗଛ ବାଂଟି ବିବାହ କଲେ କେନ୍ଦ୍ରାପଡାର ସଂଜୟ ନାୟକ । ଏହାକୁ ନିଆରା ବିବାହ ଉତ୍ସବକୁ ନେଇ ଏବେ ସବୁଆଡେ ଚର୍ଚ୍ଚା ।

ପରିବେଶ ସୁରକ୍ଷା ବାର୍ତା ଦେଇ ସମ୍ପନ୍ନ ହେଲା ବିବାହ । ଧୁମ୍ ଧାମରେ ନୁହେଁ ବରଂ ସରଳତାର ସହ ଜୀବନସାଥିଙ୍କ ହାତ ଧରିଲେ କେନ୍ଦ୍ରାପଡାର ମହେନ୍ଦିନଗର ଗାଁର ସଂଜୟ ନାୟକ । ଭାରତୀୟ ଅର୍ଦ୍ଧସାମରିକ ବାହୀନିରେ କାର୍ଯ୍ୟରତ ସଂଜୟ ସାଇକେଲରେ ଓ ପାଦରେ ଚାଲିଚାଲି ଆସି ବାହାକଣ୍ଡିଆରେ କନ୍ୟା ଘରେ ପହଂଚିଥିଲେ । ଏହାସହ ଗଛଚାରା ବାଂଟିବା ସହ ବୃକ୍ଷରୋପଣ କରି ପରିବେଶ ସନ୍ତୁଳନର ବାର୍ତା ଦେଇ ବିବାହ ବନ୍ଧନରେ ବାନ୍ଧି ହୋଇଛନ୍ତି ସଂଜୟ । ଏହି ନିଆରା ବାହାଘର ଏବେ ଚର୍ଚ୍ଚାର ବିଷୟ ପାଲଟିଛି ।

ସଂଜୟଙ୍କ ଏହି ପଦକ୍ଷେପକୁ ଉଭୟ ପରିବାର ବେଶ ସହଯୋଗ ଜଣାଇଛନ୍ତି । ସଂଜୟଙ୍କ ଏହି ନିଷ୍ପତିରେ ପତ୍ନୀ ସୁଭଦ୍ରା ମଧ୍ୟ ଖୁସି ଜାହିର କରିଛନ୍ତି ।ଏହି ବିବାହ ଉତ୍ସବରେ କିନ୍ନର ମାନଙ୍କୁ ମଧ୍ୟ ସ୍ୱତନ୍ତ୍ର ଅତିଧି ଭାବେ ନିମନ୍ତ୍ରଣ କରାଯାଇଥିଲା । ତେବେ ମାର୍ଶାଘାଇ ଅଂଚଳର ଏହି ନିଆରା ବିବାହ ଉତ୍ସବ ସମଗ୍ର କେନ୍ଦ୍ରାପଡାରେ ଚର୍ଚ୍ଚାର ବିଷୟ ହେବା ସହ ଲୋକେ ଏହାକୁ ବେଶ ପ୍ରଶଂସା କରିଛନ୍ତି ।