ବିଜେଡି ସରକାର ପିସି ସରକାର ! ନବୀନଙ୍କ ଜିଲ୍ଲାରୁ ନବୀନଙ୍କୁ ଟାର୍ଗେଟ କଲେ କେନ୍ଦ୍ରମନ୍ତ୍ରୀ ଜାଭଡେକର

37

କନକ ବ୍ୟୁରୋ: ଓଡିଶା ଆସିଲେ ବିଜେଡି ଉପରେ ବର୍ଷିଲେ । କେନ୍ଦ୍ର ମାନବ ସମ୍ବଳ ବିକାଶ ମନ୍ତ୍ରୀ ପ୍ରକାଶ ଜାଭଡେକରଙ୍କ ବିଜେଡିକୁ ଟାର୍ଗଟ କରିଛନ୍ତି । ଓଡିଶା ଗସ୍ତରେ ଆସିଥିବା କେନ୍ଦ୍ରମନ୍ତ୍ରୀ ପ୍ରକାଶ ଜାଭଡେକର ବ୍ରହ୍ମପୁରରେ ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ ବିଜେଡିକୁ ନିଶାନା କରିଛନ୍ତି । ସେ କହିଛନ୍ତି ଯେ, ଓଡିଶାରେ ବିଜେଡି ସରକାର ପିସି କାରବାର କରୁଛନ୍ତି । ସରକାରଙ୍କ ଜାଣତରେ ଚାଲିଛି ପିସି କାରବାର ବୋଲି ଅଭିଯୋଗ କରିଛନ୍ତି କେନ୍ଦ୍ରମନ୍ତ୍ରୀ ପ୍ରକାଶ ଜାଭେଡକର । ବ୍ରହ୍ମପୁରରେ ୧୦ରୁ ୩୦ ପ୍ରତିଶତ ପିସି କାରବାର ଚାଲୁଛି, ଯାହାକି ସରକାରୀ ଅଫିସର ବିଜେଡିର ହାତବାରିସୀ ସାଜିଥିବା ଅଭିଯୋଗ କରିଛନ୍ତି କେନ୍ଦ୍ରମନ୍ତ୍ରୀ ପ୍ରକାଶ ଜାଭେଡକର । ଏପରିକି ଓଡିଶାରେ ଲୋକତନ୍ତ୍ର ନୁହେଁ ବରଂ ବିଜେଡି ତନ୍ତ୍ର ଚାଲୁଥିବା କହି ସମାଲୋଚନା କରିଛନ୍ତି କେନ୍ଦ୍ରମନ୍ତ୍ରୀ । ଏପରିକି ମୁଖ୍ୟମନ୍ତ୍ରୀଙ୍କ ଜିଲ୍ଲା ଗଞ୍ଜାମରେ ପିସି କାରବାର ହେଉଥିବା ଅଭିଯୋଗ କରିଛନ୍ତି କେନ୍ଦ୍ରମନ୍ତ୍ରୀ ପ୍ରକାଶ ଜାଭେଡକର ।

ସେପଟେ ବିଜେଡି ଏହାର ଜାବବ ରଖିଛି । ବିଜେଡି ମୁଖପାତ୍ର ସସ୍ମିତ୍ ପାତ୍ର କହିଛନ୍ତି ଯେ, କେନ୍ଦ୍ରମନ୍ତ୍ରୀ ପ୍ରକାଶ ଜାଭେଡକର ମଝିରେ ମଝିରେ ଓଡିଶା ଗସ୍ତରେ ଆସି ଏଭଳି ବିଭ୍ରାନ୍ତିକର ମନ୍ତବ୍ୟ ଦେଉଛନ୍ତି । ସଂଘୀୟ ବ୍ୟବସ୍ଥାରେ କେନ୍ଦ୍ର ସରକାର ଓ ରାଜ୍ୟ ସରକାର ଉଭୟ ଓଡିଶାରେ କାର୍ଯ୍ୟକାରୀ ଯୋଜନାରେ ଭାଗିଦାର । ତେବେ କେଉଁଠି ପିସି କାରବାର ଚାଲିଛି ତାହାକୁ ନେଇ ସ୍ପଷ୍ଟୀକରଣ ରଖନ୍ତୁ କେନ୍ଦ୍ରମନ୍ତ୍ରୀ ବୋଲି କହିଛନ୍ତି ବିଜେଡି ମୁଖପାତ୍ର । ଏହାସହ ଓଡିଶାରେ ବିଜେଡି ତନ୍ତ୍ର ଚାଲୁଥିବା ବୟାନକୁ ନେଇ କହିଛନ୍ତି ଯେ, ଦୀର୍ଘ ୧୮ ବର୍ଷ ହେବ ଓଡିଶରେ କେବଳ ବିକାଶ ତନ୍ତ୍ର ଚାଲିଛି । କେନ୍ଦ୍ରମନ୍ତ୍ରୀ ବୋଧ ହୁଏ ଭୁଲି ଯାଉଛନ୍ତି ବିଜେପି ଶାସିତ ରାଜ୍ୟରେ କେଉଁଠି ପୋଲ ଭୁସୁଡି ପଡୁଛି ତ ଆଉ କେଉଁଠି ଦଙ୍ଗା ହେଉଛି ଯାହାକି ରାଜ୍ୟବାସୀଙ୍କୁ ଅଛପା ନାହିଁ ।

ତେବେ ଏଥିରୁ ସ୍ପଷ୍ଟ ଯେ କେନ୍ଦ୍ରୀୟ ଯୋଜନା ହେଉକି ରାଜ୍ୟ ଯୋଜନା ସଂଘୀୟ ବ୍ୟବସ୍ଥାର ନିୟମ ଆଧାରରେ ସହଭାଗିତାରେ ସମ୍ପୂର୍ଣ୍ଣ ହେଉଛି । କିନ୍ତୁ ଏହାକୁ ପ୍ରକୃତରେ କହାର ଶ୍ରେୟ ଯିବ ତାକୁ ନେଇ ଗୋଡ ଟଣା ଟଣି ହେଉଛି । ତେବେ ଏହି ରାଜନୀତି ପଶାପାଲିରେ କିଏ ବାଜିମାତ କରିବା ତାକୁ ନେଇ କଳ୍ପନା ଜଳ୍ପନା ଲାଗି ରହିଛି ।