ଆଉ ବଢ଼ିବନି ନିର୍ଭୟା ଦୋଷୀଙ୍କ ଫାଶୀ ତାରିଖ । ଫାଶୀ ପାଇଁ ୭ ଦିନ ଡେଡଲାଇନ୍ ଦେବାକୁ ସୁପ୍ରିମକୋର୍ଟରେ ଆବେଦନ କଲା କେନ୍ଦ୍ର ଗୃହ ମନ୍ତ୍ରାଳୟ ।

887

କନକ ବ୍ୟୁରୋ : ପାଖେଇ ଆସୁଛି ସୈତାନଙ୍କ ଶେଷ ସମୟ, ନ୍ୟାୟ ପାଇବ ନିର୍ଭୟା । ନିର୍ଭୟା ଗଣଦୁଷ୍କର୍ମ ଓ ହତ୍ୟା ମାମଲାର ୪ ଦୁଷ୍କର୍ମକାରୀଙ୍କ ଫାଶୀ ପାଇଁ ୭ ଦିନର ଡେଡଲାଇନ୍ ଦେବାକୁ ଆବେଦନ କଲା କେନ୍ଦ୍ର ଗୃହ ମନ୍ତ୍ରଣାଳୟ । ଖୁବ ଶୀଘ୍ର ଫାଶୀ ପାଇବେ ୪ ଦୁଷ୍କର୍ମକାରୀ ବିନୟ, ମୁକେଶ, ପବନ, ଅକ୍ଷୟ ।

ନିର୍ଭୟା ଦୋଷୀଙ୍କୁ ଫାଶୀ ଖୁଂଟରେ ଝୁଲାଇବା ପାଇଁ ପୂର୍ବରୁ କୋର୍ଟଙ୍କ ନିର୍ଦ୍ଦେଶ ମିଳିସାରିଛି । କିନ୍ତୁ କୁହାଯାଉଥିଲା କ’ଣ ଫେବ୍ରୁଆରୀ ୧ ତାରିଖରେ ଦିଆଯାଇପାରିବ ଫାଶୀ? ଏବଂ କ’ଣ ଫାଶୀ ସକାଳ ୬ଟାରେ ହିଁ ହେବ? ଆଜିଯାଏଁ ଆମେ କେବଳ କୋର୍ଟରୁ ତାରିଖ ପରେ ତାରିଖ ଡାଇଲଗ ହିଁ ଶୁଣିଆସୁଥିଲୁ । ହେଲେ ମୃତ୍ୟୁର ତାରିଖ ମଧ୍ୟ ବଦଳିବାରେ ଲାଗିଛି । ଆଗକୁ ଫାଶୀ ଉପରେ ମଧ୍ୟ ତାରିଖ ପରେ ତାରିଖ ମିଳିବା ସମ୍ଭାବନା ରହିଥିବା କୁହାଯାଉଥିଲା ।