ସମ୍ବଲପୁର : ସମ୍ବଲପୁରରେ ପ୍ରଧାନମନ୍ତ୍ରୀ ଉଜ୍ୱଳା ଯୋଜନା ଶୁଭାରମ୍ଭ ହେବା ପରଠୁ ଜୋର ଧରିଛି ରାଜନୀତି । ଏବେ ବିଜେଡି ଓ ବିଜେପି ମଧ୍ୟରେ ଚାଲିଛି ଆରୋପ ପ୍ରତ୍ୟାରୋପ । ସ୍ଥାନୀୟ ବିଧାୟୀକାଙ୍କୁ ସଭାକୁ ଡାକି ନଥିବାରୁ ବିଜେପିର ନୈତିକତା ଉପରେ ପ୍ରଶ୍ନ ଉଠାଇଛି ବିଜେଡି । ସେପଟେ ବିଜେଡିକୁ କାଉଂଟର ଆଟାକ କରିଛି ବିଜେପି । ଶାସକ ଦଳର ନିଜର ନୈତିକତା ନଥିବା ବେଳେ ସେମାନେ ନୈତିକତାର ପ୍ରଶ୍ନ ଉଠାଇବା ହାସ୍ୟାସ୍ପଦ ବୋଲି ବିଜେପି କହିଛି । ଅନ୍ୟପଟେ ବିଭିନ୍ନ ସରକାରୀ କାର୍ଯ୍ୟକ୍ରମରେ ଆଦିବାସୀ ନେତା ବୋଲି ଡାକୁ ନଥିବା ଅଭିଯୋଗ ଆଣିଛନ୍ତି କୁଚିଣ୍ଡା ବିଜେପି ବିଧାୟକ ରବି ନାଏକ । ତେବେ ଏହି ଅଭିଯୋଗକୁ ଖଣ୍ଡନ କରିଛନ୍ତି ବିଜେଡି ସାଂସଦ ନଗେନ୍ଦ୍ର ପ୍ରଧାନ ।
ଜୋର ଧରିଲା ଉଜ୍ୱଳା ରାଜନୀତି
/kanak/media/post_attachments/wp-content/uploads/2016/06/vlcsnap-2016-06-20-09h56m56s746.png)