ଆଜି ସମ୍ବଲପୁରରେ ଉଜ୍ଜ୍ୱଳା ଯୋଜନାର ଶୁଭାରମ୍ଭ କଲେ ଓଡ଼ିଶାର ଦୁଇ କେନ୍ଦ୍ରମନ୍ତ୍ରୀ

23

ସମ୍ବଲପୁର ବ୍ୟୁରୋ , କନକ ନ୍ୟୁଜ୍ : ସମ୍ବଲପୁରରେ ପ୍ରଧାନମନ୍ତ୍ରୀ ଉଜ୍ୱଳ ଯୋଜନାର ଶୁଭାରମ୍ଭ କଲେ ଓଡ଼ିଶାର ଦୁଇ କେନ୍ଦ୍ରମନ୍ତ୍ରୀ । ସମ୍ବଲପୁର ପିଏଚଡି ପଡ଼ିଆରେ ଆୟୋଜିତ କାର୍ଯ୍ୟକ୍ରମରେ ଯୋଗଦେଲେ ପେଟ୍ରୋଲିୟମ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଓ ଆଦିବାସୀ ବ୍ୟାପାର ମନ୍ତ୍ରୀ ଜୁଏଲ ଓରାମ । ଏହି ଅବସରରେ ଅଭିଭକ୍ତ ସମ୍ବଲପୁର ସମେତ ୬ଟି ଜିଲ୍ଲାର ୯ ଶହ ହିତାଧିକାରୀଙ୍କୁ  ରନ୍ଧନ ଗ୍ୟାସ ଯୋଗଇଦିଆଯିବ । ସମ୍ବଲପୁର ସାଂସଦ ନରେନ୍ଦ୍ର, ବରଗଡ଼ ସାଂସଦ ପ୍ରଭାସ ସିଂ, ରାଜ୍ୟ ବିଜେପି ସଭାପତି ବସନ୍ତ ପଣ୍ଡା ଏବଂ ରାଜ୍ୟ ବିଜେପିର ବହୁ ବରିଷ୍ଠ ନେତା କାର୍ଯ୍ୟକ୍ରମରେ ଯୋଗ ଦେଇଛନ୍ତି । ତେବେ ସମ୍ବଲପୁର ବିଧାୟିକାଙ୍କୁ ନିମନ୍ତ୍ରଣ ମିଳିନଥିବାରୁ ଏହାକୁ ନେଇ ରାଜନୀତି ଜୋର ଧରିଛି  । ସରକାରୀ କାର୍ଯ୍ୟକ୍ରମକୁ ବିଜେପି, ଦଳୀୟ କାର୍ଯ୍ୟକ୍ରମରେ ପରିଣତ କରିଛି ବୋଲି ଅଭିଯୋଗ କରିଛନ୍ତି ସମ୍ବଲପୁର ବିଧାୟିକା ରାସେଶ୍ୱାରୀ ପାଣିଗ୍ରାହୀ । ହେଲେ ଏହି ଅଭିଯୋଗକୁ ଖଣ୍ଡନ କରିଛି ବିଜେପି ।