ବହୁ ବାଦବିବାଦ ପରେ ରିଲିଜ୍ ହେଲା ‘ଉଡତା ପଂଜାବ’ : ସିଲଭର ସ୍କ୍ରିନକୁ ଆସିବା ପୂର୍ବରୁ ୱେବସାଇଟରେ ଫିଲ୍ମ ଲିକ୍

20

ବହୁ ବାଦବିବାଦ ପରେ ଆଜି ରିଲିଜ୍ ହେଉଛି ଉଡତା ପଂଜାବ । ଫିଲ୍ମର ଲିଡରେ ଅଛନ୍ତି ସାହିଦ କପୁର, ଆଲିଆ ଭଟ୍ଟ, କରିନା କପୁର ଏବଂ ଦିଲଜିତ ଦୋସାଂଜ । ପଂଜାବରେ ଡ୍ରଗ୍ସ କାରବାରକୁ ନେଇ ତିଆରି ହୋଇଛି ଫିଲ୍ମ । ସମାଜ ଉପରେ ଡ୍ରଗ୍ସର ପ୍ରଭାବକୁ ଫିଲ୍ମରେ ଦର୍ଶାଇଛନ୍ତି ନିର୍ଦେଶକ ଅଭିଷେକ ଚୋ÷÷ବେ । ଫିଲ୍ମ ରିଲିଜକୁ ନେଇ ପୂର୍ବରୁ ବେଶ୍ ହଟଚମଟ ଦେଖାଦେଇଥିଲା । ଗତ ୪ ତାରିଖରେ ଫିଲ୍ମର ରିଲିଜ୍ ଉପରେ ରୋକ ଲଗାଇଥିଲା ସେନସର ବୋର୍ଡ । ଫିଲ୍ମରୁ ୮୯ ଟି କଟ୍ ପରେ ରିଲିଜ୍ ହୋଇପାରିବ ବୋଲି କହିଥିଲା । ପରେ ମାମଲା ପହଁଚିଥିଲା ହାଇକୋର୍ଟରେ । ୧୩ ତାରିଖରେ ହାଇକୋର୍ଟ ଫିଲ୍ମ ରିଲିଜକୁ ଗ୍ରୀନ ସିଗନାଲ ଦେଇଛନ୍ତି । ପଂଜାବ ଓ ହରିଆଣା ହାଇକୋର୍ଟ ଫିଲ୍ମ ରିଲିଜକୁ ଗ୍ରୀନ ସିଗନାଲ ଦେଇଥିବାରୁ ଏହା ବିରୋଧରେ ସୁପ୍ରିମକୋର୍ଟରେ ଦାୟର ମାମଲା ମଧ୍ୟ ଖାରଜ ହୋଇଯାଇଛି । ତଥାପି ବିବାଦ ପିଛା ଛାଡୁନି । ସିଲଭର ସ୍କ୍ରିନରେ ରିଲିଜ୍ ପୂର୍ବରୁ ୱେବସାଇଟରେ ଲିକ ହୋଇଛି ଫିଲ୍ମ । ଏନେଇ ମୁମ୍ବାଇ ସାଇବର କ୍ରାଇମ ଥାନାରେ ମାମଲା ହୋଇଥିବାବେଳେ ଦୁଇଜଣ ଯୁବକଙ୍କୁ ଗିରଫ କରାଯାଇଛି । ଅନଲାଇନରେ ଫିଲ୍ମର ବେଆଇନ ପ୍ରସାରଣକୁ ନଦେଖିବା ପାଇଁ ଅନୁରୋଧ କରିଛନ୍ତି ନିର୍ଦେଶକ ଅଭିଷେକ ଚୌବେ ଓ ନିର୍ମାତା ଅନୁରାଗ କାଶ୍ୟପ ।