ମହାରାଷ୍ଟ୍ର ମହାନାଟକରେ ଯବନିକା ! ମୁଖ୍ୟମନ୍ତ୍ରୀ ହେବେ ଉଦ୍ଧବ, ମହାବୈଠକ ପରେ ୩ ଦଳର ସହମତି

912

କନକ ବ୍ୟୁରୋ: ‘ଧନୁ’ ଧରିବ ମହାରାଷ୍ଟ୍ର! ଉଦ୍ଧବ ଠାକରେ ହୋଇପାରନ୍ତି ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ । ମହାରାଷ୍ଟ୍ର ମହାନାଟକର ଖୁବଶୀଘ୍ର ହୋଇପାରେ ଅନ୍ତ । ଶେଷ ହୋଇଛି ମୁମ୍ବାଇରେ ଶିବସେନା, ଏନସିପି ଓ କଂଗ୍ରେସର ବସିଥିବା ମହାବୈଠକ । ଶିବସେନା ମୁଖ୍ୟ ଉଦ୍ଧବ ଠାକରେ, ସଞ୍ଜୟ ରାଉତ, ଆଦିତ୍ୟ ଠାକରେ, ଏନସିପିର ଶରଦ ପାୱାର, ଅଜିତ୍ ପାୱାର, କଂଗ୍ରେସର ମଲିକାର୍ଜ୍ଜୁନ ଖଡଗେ, ପ୍ରଫୁଲ ପଟେଲ, ପୃଥ୍ୱୀରାଜ ଚୌହ୍ୱାନଙ୍କ ଉପସ୍ଥିତିରେ ସରକାର ଗଠନ ଫର୍ମୁଲା ଉପରେ ଆଲୋଚନା ସରିଛି ।

ଗଠନ ହେବାକୁ ଯାଉଥିବା ସରକାରରେ କାହାକୁ ମିଳିବ କେତେ ମନ୍ତ୍ରୀ ପଦ ସେ ନେଇ ମାନସ ମନ୍ଥନ କରିଛି ୩ ଦିଳ ମୁଖିଆ । ୧୬-୧୫ -୧୨ ଫର୍ମୁଲାରେ ଗଠନ ହୋଇପାରେ ସରକାର । ଶିବସେନା ମୁଖ୍ୟ ଉଦ୍ଧବ ଠାକରେଙ୍କୁ ମୁଖ୍ୟମନ୍ତ୍ରୀ କରିବା ପାଇଁ ସହମତି ହୋଇଥିବା ବୈଠକ ପରେ କହିଛନ୍ତି ଏନସିପି ମୁଖ୍ୟ ଶରଦ ପାୱାର ।

ତେବେ ଶିବସେନାକୁ ୧୬ ମନ୍ତ୍ରାଳୟ ମିଳିବା ନେଇ ସହମତି ହୋଇଥିବା ସୂଚନା ମିଳିଛି । ୧୧ କ୍ୟାବିନେଟ୍, ୫ ରାଷ୍ଟ୍ରମନ୍ତ୍ରୀ ରହିବେ ଶିବସେନାର ବିଧାୟକ । ସେହିପରି ଏନସିପିକୁ ଉପମୁଖ୍ୟମନ୍ତ୍ରୀ ପଦ ସହ ୧୫ ମନ୍ତ୍ରାଳୟ ମିଳିବ । ଏବଂ କଂଗ୍ରେସକୁ ୧୨ ମନ୍ତ୍ରୀ ପଦ ମିଳିବା ନେଇ ସହମତି ହୋଇଥିବା ସୂଚନା ମିଳିଛି ।