କାନ୍ଦୁଛି ପିପିଲି: ସଡ଼କ ଦୁର୍ଘଟଣାରେ ସବୁଦିନ ପାଇଁ ଶୋଇଗଲେ ଦୁଇ ଶିକ୍ଷୟତ୍ରୀ, ଗୁରୁମାଙ୍କୁ ହରାଇ ବାହୁନି କାନ୍ଦୁଛି ସାରା ଅଞ୍ଚଳ ।

9,119

କନକ ବ୍ୟୁରୋ: ପିପିଲିରେ ମର୍ମନ୍ତୁଦ ସଡକ ଦୁର୍ଘଟଣା । ସ୍କୁଟିରେ ସ୍କୁଲ ଯାଉଥିବାବେଳେ ଟାଟା ଏସି ସହ ଧକା ହୋଇ ୨ ଶିକ୍ଷୟତ୍ରୀଙ୍କର ମୃତ୍ୟୁ । ସୂଚନା ଅନୁଯାୟୀ ଦୁର୍ଘଟଣା ପରେ ଉଭୟଙ୍କୁ ଗୁରୁତର ଅବସ୍ଥାରେ କ୍ୟାପିଟାଲ ହସ୍ପିଟାଲକୁ ସ୍ଥାନାନ୍ତର କରାଯାଇଥିଲା । ସେଠାରେ ତାଙ୍କର ମୃତ୍ୟୁ ହୋଇଥିବା ଜଣାପଡ଼ିଛି ।

ସେପଟେ ମୃତ୍ୟୁ ହୋଇଥିବା ୨ ଶିକ୍ଷୟତ୍ରୀଙ୍କ ପରିଚୟ ମିଳିପାରିଛି । ଉଭୟ ଶିକ୍ଷୟତ୍ରୀ ଦାଣ୍ଡମୁକୁନ୍ଦପୁର ୟୁଜିଏମଇ ପୀତବାସ ସ୍କୁଲରେ ଶିକ୍ଷୟତ୍ରୀ ଥିଲେ । ମୃତକଙ୍କ ନାମ ସ୍ନେହଁଲତା ସାହୁ ଓ ଶୁଭଲକ୍ଷ୍ମୀ ପରିଡା ବୋଲି ଜଣାପଡିଛି । ସୂଚନା ଅନୁଯାୟୀ, ଆଜି ସକାଳେ ଦାଣ୍ଡମୁକୁନ୍ଦପୁରର ପୀତବାସ ୟୁଜି ଏମ୍ଇ ସ୍କୁଲରେ କାର୍ଯ୍ୟ କରୁଥିବା ଦୁଇ ଶିକ୍ଷୟିତ୍ରୀ ସ୍ନେହଲତା ସାହୁ(୪୨) ଏବଂ ଶୁଭଲକ୍ଷ୍ମୀ ପରିଡ଼ା(୩୨) ପ୍ରତିଦିନ ଭଳି ଆଜି ବି ଏକ ସ୍କୁଟିରେ ବିଦ୍ୟାଳୟକୁ ଯାଉଥିଲେ । ସକାଳ ପାଖାପାଖି ୭ଟା ବେଳେ ସେ ଦୁହେଁ ପୀତବାସ ୟୁଜି ଏମ୍ଇ ସ୍କୁଲଠାରୁ ମାତ୍ର ଏକ କିଲୋମିଟର ଦୂରରେ ଯାଉଥିବା ବେଳେ ସାମ୍ନା ପଟୁ ଏକ ଡାଲା ଅଟୋ ସ୍କୁଟିକୁ ଧକ୍କା ଦେଇଥିଲା । ଏହାଫଳରେ ଘଟଣାସ୍ଥଳରେ ଶୁଭଲକ୍ଷ୍ମୀ ପରିଡ଼ାଙ୍କର ପ୍ରାଣହାନି ଘଟିଥିଲା । ଦୁଇ ଗୁରୁମାଙ୍କୁ ହରାଇ ଦାଣ୍ଡମୁକୁନ୍ଦପୁର ୟୁଜିଏମଇ ବିଦ୍ୟାଳୟରେ ଶୋକାକୂଳ ପରିବେଷ ।