ପେରୁରେ ଫସିଛନ୍ତି ୨ ଓଡିଆ ହସ୍ତଶିଳ୍ପୀ । ଅନ୍ତର୍ଜାତୀୟ ମେଳାରେ ଯୋଗ ଦେବାକୁ ଯାଇ ଫେରି ପାରୁନାହାନ୍ତି ରାଜ୍ୟକୁ, ଉଦ୍ଧାର ପାଇଁ କଲେ ନିବେଦନ

ଦକ୍ଷିଣା ଆମେରିକା ପେରୁ ଦେଶର ଲିମା ସହରରେ ଫଶି ରହିଛନ୍ତି ଦୁଇ ଓଡିଆ

246

କନକ ବ୍ୟୁରୋ: ଦକ୍ଷିଣା ଆମେରିକା ପେରୁ ଦେଶର ଲିମା ସହରରେ ଫଶି ରହିଛନ୍ତି ଦୁଇ ଓଡିଆ । ମାର୍ଚ୍ଚ ମାସରୁ ସେମାନେ ସେଠାରେ ଫଶିରହିଛନ୍ତି । ଅନ୍ତର୍ଜାତୀୟ ମେଳାରେ ଯୋଗ ଦେବାକୁ ଯାଇ ରାଜ୍ୟକୁ ଫେରି ପାରୁନାହାନ୍ତି ।

ସୂଚନା ଅନୁଯାୟୀ, ଓଡିଶାର ହସ୍ତଶିଳ୍ପକୁ ବିଶ୍ୱ ଦରବାରରେ ପହଂଚାଇବାକୁ ଆଇଟିପିଓ ସଂସ୍ଥା ଆନୁକୂଲ୍ୟରେ ଏକ ମେଳାର ଆୟୋଜନ କରାଯାଇଥିଲା । ଯେଉଁଠିକୁ ଓଡିଶା ସରକାରଙ୍କ ନିର୍ଦ୍ଦେଶ କ୍ରମେ ମେଳାରେ ଅଂଶଗ୍ରହଣ କରିବାକୁ ଯାଇଥିଲେ ଦୁଇ ଓଡିଆ । ଏହି ଓଡିଆ ଦୁଇଜଣ ହେଲେ ଶୈଳେନ୍ଦ୍ର ନାରାୟଣ ଦାସ ଓ ସଞ୍ଜୀବ କୁମାର ମହାପାତ୍ର । ହେଲେ କରୋନା ପାଇଁ ପେରୁର ରାଷ୍ଟ୍ରପତି ସମସ୍ତଙ୍କୁ ଯଥାଶୀଘ୍ର ନିଜ ନିଜ ଦେଶକୁ ଫେରିଯିବା ପାଇଁ କଟକଣା ଜାରି କରିବା ପରେ, ସେମାନେ ନିଜ ଟିକେଟ ୨୦ ତାରିଖ ପରିବର୍ତେ ୧୭ ତାରିଖକୁ ପରିବର୍ତନ କଲେ । ହେଲେ, ର୍ଦୁଭାଗ୍ୟବଶତଃ ୧୭ତାରିଖ ରାତିରୁ ବିମାନବନ୍ଦର ବନ୍ଦ କରିଦିଆଯିବା ପରେ ସେମାନେ ସେଠାରେ ଏକ ପ୍ରକାର ଗୃହବନ୍ଦୀ ଭାବେ ପଡି ରହିଛନ୍ତି । ତେଣୁ ଓଡିଶା ସରକାରଙ୍କୁ ଭିଡିଓ ଜାରି କରି ଯଥାଶୀଘ୍ର ସେଠାରୁ ଫେରାଇ ଆଣିବାକୁ ଅନୁରୋଧ କରିଛନ୍ତି ଏହି ଦୁଇ ଓଡିଆ ହସ୍ତ୍ରଶିଳ୍ପୀ