ଖେଲୋ ଇଣ୍ଡିଆରେ ଖେଳିବେ ୨ ଓଡ଼ିଆ । ପ୍ରଥମଥର ପାଇଁ ଭାଗନେବେ ଆନ୍ତର୍ଜାତୀୟ ସାଇକିଲିଷ୍ଟ ଦିନେଶ ଓ ସ୍ୱସ୍ତି । ପ୍ରତିଯୋଗିତା ପୂର୍ବରୁ ପ୍ରଶଂସକଙ୍କ ଶୁଭେଚ୍ଛା

123

କନକ ବ୍ୟୁରୋ: ପ୍ରଥମ ଥର ପାଇଁ ଖେଲୋ ଇଣ୍ଡିଆରେ ଭାଗନେବେ ଓଡିଶାର ୨ ଆନ୍ତର୍ଜାତୀୟ ସାଇକିଲିଷ୍ଟ । ଏବେ ଆସାମର ଗୌହାଟୀରେ ଖେଲୋ ଇଣ୍ଡିଆ ୟୁଥ ଗେମ୍ସର ତୃତୀୟ ସଂସ୍କରଣ ପ୍ରତିଯୋଗିତା ଖେଳାଯାଉଛି । ଯେଉଁଥିରେ ୧୬ଟି କ୍ରିଡା ପ୍ରତିଯୋଗିତା ରହିଛି । ପ୍ରଥମ ଥର ପାଇଁ ଓଡିଶା ତଥା ରାଉରକେଲାର ୨ ଆନ୍ତର୍ଜାତୀୟ ସାଇକିଷ୍ଟ ଦିନେଶ କୁମାର ଓ ସ୍ୱସ୍ତି ସିଂହ ଏହି ପ୍ରତିଯୋଗିତାରେ ଭାଗ ନେବାକୁ ଯାଉଛନ୍ତି ।

ତେବେ ଦିନେଶ କୁମାର ୨୦୧୮ ଜାନୁଆରୀରେ ଆମେରିକାର ବାହମସରେ ହୋଇଥିବା ବିଶ୍ୱ ସାଇକିଲିଂ ପ୍ରତିଯୋଗିତାରେ ୧୮ ବର୍ଷରୁ କମ ବର୍ଗରେ ଇଣ୍ଡିଭିଜୁଆଲ ପର୍ଶୁଟରେ ବ୍ରୋଞ୍ଜ ପଦକ ହାସଲ କରିଥିଲେ । ୨୦୧୮ରେ ଏସିଆନ ସାଇକିଲିଂ ଚାମ୍ପିଅନସିପରେ ୨ କିଲୋମିଟର ଇଣ୍ଡିଭିଜୁଆଲ ପର୍ଶୁଟ ଓ ମାଷ୍ଟର୍ଡ ପ୍ରତିଯୋଗିତାରେ ସେ ରୌପ୍ୟ ଓ କାଂଶ୍ୟ ପଦକ ହାସଲ କରିଥିଲେ ।

ସେହିପରି ସ୍ୱସ୍ତି ସିଂହ ୧୭ବର୍ଷରୁ କମ ବୟସ ବର୍ଗରେ ୨୦୧୮ ମସିହାରେ ଦିଲ୍ଲୀରେ ଆୟୋଜିତ ଟ୍ରାକ ଏସିଆ ସାଇକିଲିଂ ଚାମ୍ପିଅନସିପରେ ୨ କିଲୋମିଟର ଇଣ୍ଡିଭିଜୁଆଲ ଓ ୬ କିଲୋମିଟର ସ୍କ୍ରଚ ପ୍ରତିଯୋଗିତାରେ ସ୍ୱର୍ଣ୍ଣ ଓ କାଂସ୍ୟ ଆଣିଥିଲେ । ୨୦୧୮ ଏସିଆନ ଚାମ୍ପିଅନସିପରେ ୩ କିଲୋମିଟର ଇଣ୍ଡିଭିଜୁଆଲ ପର୍ଶୁଟରେ ସେ କାଂସ୍ୟ ପଦକ ହାସଲ କରିଥିଲେ । ପ୍ରଥମ ଥର ପାଇଁ ଖେଲୋ ଇଣ୍ଡିଆରେ ଭାଗ ନେଉଥିବାରୁ ଉଭୟ ଖେଳାଳି ମେଡାଲ ପାଇବା ପାଇଁ ଆଶାବାଦୀ ଅଛନ୍ତି । ଉଭୟଙ୍କ କୋଚ ଆନ୍ତର୍ଜାତୀକ ସାଇକିଲଷ୍ଟ ସୁଶୀଲ କୁମାର ଦାସ ମଧ୍ୟ ଏହି ଦୁଇ ଖେଳାଳିଙ୍କ ସଫଳତା କାମନା କରିଛନ୍ତି ।