କନକ ବ୍ୟୁରୋ : ଗୁଇନ୍ଦା ବିଭାଗର ସୁଚନା ଆଧାରରେ ୨ଜଣ ଆଇଏସଆଇ ଗୁପ୍ତଚର ଗିରଫ । ଆତଙ୍କବାଦୀ ସଂଗଠନ ସହ ସଂପର୍କ ଥିବା ଏହି ଦୁଇ ଗୁପ୍ତଚରଙ୍କୁ ଛତିଶଗଡ ବିଳାସପୁରରୁ ଗିରଫ କରାଯାଇଛି । ଅଭିଯୁକ୍ତ ମନିନ୍ଦର ଯାଦବ ଓ ସଂଜୟ ଦେବଗନଙ୍କ ନାଁରେ ଦେଶଦ୍ରୋହ ମାମଲା ରୁଜୁ ହୋଇଛି ।
ବିଦେଶରୁ ଆସୁଥିବା ମୋଟା ଅଙ୍କର ଅର୍ଥ ଏଠାକାର ଯୁବକଙ୍କ ମଧ୍ୟରେ ବାଂଟୁଥିଲେ ଗିରଫ ଅଭିଯୁକ୍ତ । ଅର୍ଥ ବଦଳରେ ଜବାନ ଓ ଦେଶର ସୁରକ୍ଷା ସମ୍ପର୍କିତ ଖବର ହାସଲ କରି ଆଇଏସଆଇକୁ ଜଣାଉଥିବା ସୂଚନା ଦେଇଛି ବିଳାସପୁର ପୁଲିସ ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2017/04/vlcsnap-2017-04-17-07h52m18s296.png)