ହସ୍ପିଟାଲରେ ଜନ୍ମ ନେଲା ଦୁଇ ମୁଣ୍ଡ ଥିବା ଶିଶୁ, ଦେଖିବା ପାଇଁ ଲୋକଙ୍କର ଲାଗିଲା ଭିଡ!

190

ଉତ୍ତରାଖଣ୍ଡର କାଶିପୁରରେ ଥିବା ଏକ ଡ଼ାକ୍ତରଖାନାରେ ଦୁଇ ମୁଣ୍ଡ ଥିବା ଗୋଟିଏ ଶିଶୁ ଜନ୍ମ ନେବା ପରେ ଏହାକୁ ନେଇ ଏବେ ଚର୍ଚ୍ଚା ଆରମ୍ଭ ହୋଇଛି । ଖବର ଜଣାପଡିବା ପରେ ଏହି ଦୁଇ ମୁଣ୍ଡିଆ ଶିଶୁକୁ ଦେଖିବା ପାଇଁ ଡ଼ାକ୍ତରଖାନାରେ ଲୋକମାନଙ୍କ ଭିଡ଼ ଜମିଥିଲା । ଦୁଇ ମୁଣ୍ଡ ଥିବା ଶିଶୁର ଓଠ ନଥିବା ଦେଖା ଯାଇଛି । ଦୁଇଟି ମୁଣ୍ଡରେ ପାଣି ଭରି ରହିଥିବା ବେଳେ ଡ଼ାକ୍ତର ଶିଶୁଟିକୁ ବଞ୍ଚାଇବା ପାଇଁ ଚେଷ୍ଟା ଜାରି କରି ଦେଇଥିଲେ । କିନ୍ତୁ ଶେଷରେ ଡ଼ାକ୍ତର ନବଜାତକୁ ବଞ୍ଚାଇବାରେ ଅସଫଳ ହୋଇଥିଲେ । ଜନ୍ମ ହେବାର ୧୫ମିନିଟ୍ ପରେ ନବଜାତଟି ମୃତ୍ୟୁବରଣ କରିଥିବା ଜଣା ପଡ଼ିଛି । ଏହି ଘଟଣାକୁ ନେଇ କାଶିପୁରରେ ଏବେ ଲୋକମାନେ ଚର୍ଚ୍ଚା କରିବା ଆରମ୍ଭ କରିଛନ୍ତି ।

ସୂଚନା ମୁତାବକ, ଉତ୍ତରପ୍ରଦେଶର ମୁରାଦାବାଦରେ ରହୁଥିବା ହରଦେବ ସିଂହଙ୍କ ପତ୍ନୀ ଦୀପା ଗର୍ଭବତୀ ଥିଲେ । ପେଟରେ ଯନ୍ତ୍ରଣା ହେବା ପରେ ଦୀପାଙ୍କୁ ଡ଼ାକ୍ତରଖାନା ନେଇ ପହଞ୍ଚିଥିଲେ ହରଦେବ । ଏହା ପରେ ଡ଼ାକ୍ତର ମିନୁ ସୁଦ୍ ଦୀପାଙ୍କ ଅଲଟ୍ରା ସାଉଣ୍ଡ କରିଥିଲେ। ଯାହା ପରେ ଦୀପିକାଙ୍କ ଗର୍ଭରେ ଦୁଇ ମୁଣ୍ଡ ବିଶିଷ୍ଟ ଶିଶୁ ଥିବା ଜଣା ପଡ଼ିବାରୁ ତୁରନ୍ତ ଦୀପାଙ୍କ ପ୍ରସବ କରାଯାଇଥିଲା ।

ମତାମତ

Your email address will not be published.