ରାଜଧାନୀରେ ପୁଣି ଏନକାଉଣ୍ଟର । ବଡ଼ଗଡ଼ ଅଞ୍ଚଳରେ ୨ ଦୁର୍ଦ୍ଦାନ୍ତ ଅପରାଧୀଙ୍କୁ ଗୁଳି କରି ଘାଇଲା କଲା କମିସନରେଟ୍ ପୁଲିସ

ଦୁଇ ଜଣଙ୍କ ଗୋଡରେ ବାଜିଛି ଗୁଳି, ମେଡିକାଲରେ ଭର୍ତ୍ତି

252

କନକ ବ୍ୟୁରୋ: ରାଜଧାନୀରେ ପୁଣି ଏନକାଉଂଟର । ବିଳମ୍ବିତ ରାତିରେ ବଡଗଡ ଅଂଚଳରେ ଦୁଇ ଜଣ ଅପରାଧୀଙ୍କୁ ଏନକାଉଂଟର କରିଛି ପୁଲିସ । ଦୁଇ ଜଣଙ୍କ ଗୋଡରେ ଗୁଳିବାଜିଥିବା ସୂଚନା ମିଳିଛି । ଗୁରୁତର ଅବସ୍ଥାରେ ତାଙ୍କୁ କଟକ ବଡ ମେଡିକାଲକୁ ପୁଲିସ ସ୍ଥାନାନ୍ତର କରିଛି । ତାଙ୍କ ନିକଟରୁ ଗୋଟିଏ ବନ୍ଧୁକ, ୨ଟି ଅଫୁଟା ଗୁଳି ଓ ଗୋଟିଏ ଖେଳନା ବନ୍ଧୁକ ଜବତ ହୋଇଛି । ସେହିପରି ନଗଦ ୫-୦ ହଜାର ଟଙ୍କା, ଗୋଟିଏ ବାଇକ ଓ ୩ଟି ମୋବାଇଲ ଜବତ କରିଛି ପୁଲିସ ।

 

 

ଶନିବାର ମଧ୍ୟ ପୁଲିସ ଗୁଳିରେ ଦୁଇ ଅପରାଧୀ ଗୁରୁତର ଆହତ ହୋଇଥିଲେ । ରସୁଲଗଡ ତୃପ୍ତି ଢାବା ମାଲିକ ବୁଲୁ ସାମନ୍ତରାୟଙ୍କୁ ଆକ୍ରମଣ ଓ ମଂଚେଶ୍ୱର ହୋଇଥିବା ବିଭିନ୍ନ ଲୁଟ୍ ଘଟଣାରେ ଏହି ଦୁଇ ଅପରାଧୀଙ୍କ ସଂପୃକ୍ତି ରହିଥିବା ପୁଲିସ କହିିଛି । ଭୁବନେଶ୍ୱରରେ ଲଗାତାର ଲୁଟେରାଙ୍କ ଆତଙ୍କ ବଢ଼ିଚାଲିଥିବା ବେଳେ ଆକ୍ସନମୋଡକୁ ଆସିଛି କମିଶନରେଟ୍ ପୋଲିସ୍ ।