୧୦ ଅଗଷ୍ଟରୁ ଭାବିଚିନ୍ତି କରିବେ ଟ୍ୱିଟ ! ଅଶ୍ଲୀଳ ଟିପ୍ପଣୀ କଲେ ଆକାଉଣ୍ଟ ହୋଇପାରେ ବ୍ଲକ, ଟ୍ୱିଟର ଜାରି କଲା ନୂଆ ନିୟମ ।

29

ମାଇକ୍ରୋ ବ୍ଲଗିଙ୍ଗ ସାଇଟ ଟ୍ୱିଟର ଆସନ୍ତା ୧୦ ଅଗଷ୍ଟ ଠାରୁ ଲାଇବ ସ୍ଟ୍ରିମିଙ୍ଗ ଦ୍ୱାରା ଅଶ୍ଲୀଳ ଭାଷାରେ ଟିପ୍ପଣୀ କରୁଥିବା ବ୍ୟକ୍ତିମାନଙ୍କ ଆକାଉଣ୍ଟକୁ ବ୍ଲକ କରିପାରେ । ଟେକକ୍ରଞ୍ଚ ଅନୁସାରେ, କମ୍ପାନୀ ଲଗାତାର ଅଭଦ୍ର ଭାଷା ବ୍ୟବହାର କରୁଥିବା ବ୍ୟକ୍ତିମାନଙ୍କ ଆକାଉଣ୍ଟକୁ ବନ୍ଦ କରିବା ସହ ତାଙ୍କ ବିରୁଦ୍ଧରେ ଦୃଢ କର୍ଯ୍ୟାନୁଷ୍ଠାନ ଗ୍ରହଣ କରିବ ।

ପ୍ୟାରିସ୍କୋପ ବ୍ଲାଙ୍ଗପୋଷ୍ଟ ଅନୁସାରେ, ଏକ ସୁରକ୍ଷିତ ସେବା ତିଆରି କରିବା ପାଇଁ ଆମର ଲଗାତାର ପ୍ରୟାସ ଜାରି ରହିଛି । ପୋଷ୍ଟରେ ଏହା ମଧ୍ୟ କୁହାଯାଇଛି କି, ପ୍ୟାରିଷ୍କୋପ ସମୁଦାୟର ଦିଗ ନିର୍ଦେଶକ ପ୍ୟାରିସ୍କୋପ ଏବଂ ଟ୍ୱିଟରର ସମସ୍ତ ପ୍ରସାରଣ ଉପରେ ଲାଗୁ କରାଯିବ । ଏହି ନିୟମ ଅନୁଯାୟୀ ଯଦି କୌଣସି ବ୍ୟକ୍ତି ଅଭଦ୍ର ଟିପ୍ପଣୀ ରିପୋର୍ଟ କରେ ତେବେ ପ୍ୟାରିସ୍କୋପ କିଛି ଅନ୍ୟ ୟୁଜର୍ସ ମାନଙ୍କୁ ଚୟନ କରିବ ଯେଉଁମାନେ କି ଟିପ୍ପଣୀର ସମୀକ୍ଷା କରି କହିବେ ରିପୋର୍ଟ କରାଯାଇଥିବା ଟିପ୍ପଣୀଟି ଅଶ୍ଲୀଳ କି ନାହିଁ ।

ଟ୍ୱିଟର ୟୁଜର୍ସମାନଙ୍କ ପାଇଁ ଜାରି କଲା ଜରୁରୀ ସୂଚନା

ଯଦି ଆପଣ ଟ୍ୱିଟର ୟୁଜର୍ସ ଅଟନ୍ତି ତେବେ ଆପଣମାନଙ୍କ ପାଇଁ ଏକ ଜରୁରୀ ସୂଚନା । ଟ୍ୱିଟର ନିଜର ୩୩ କୋଟି ୟୁଜର୍ସମାନଙ୍କୁ ପସୱାର୍ଡ ବଦଳାଇବା ପାଇଁ ନିର୍ଦେଶ ଦେଇଛି । ପ୍ରକୃତରେ ଟ୍ୱିଟର ଟ୍ୱିଟ ଜରିଆରେ ଲୋକମାନଙ୍କୁ ଜଣାଇଛି କି, ଟ୍ୱିଟରର ଇଣ୍ଟରନାଲ ଲଗରେ ଗୋଟେ ଗୋଟେ ବଗ୍ ଦେଖିବାକୁ ମିଳିଛି । ଯାହାକୁ ଏବେ ସମ୍ପୁର୍ଣ୍ଣ ଭାବେ ଠିକ କରିଦିଆଯାଇଛି । ଟ୍ୱିଟର ଲୋକମାନଙ୍କୁ ଆଶ୍ୱସନା ଦେଇ ଏହା ମଧ୍ୟ କହିଛି କି ବଗ୍ ହେବା କାରଣରୁ କୌଣସି ବି ୟୁଜର୍ସମାନଙ୍କ ଡାଟା ଉପରେ କୌଣସି ପ୍ରଭାବ ପଡିନାହିଁ । ସମସ୍ତଙ୍କ ଡାଟା ସମ୍ପୁର୍ଣ୍ଣ ଭାବେ ସୁରକ୍ଷିତ ରହିଛି ।

ଟ୍ୱିଟର ଟ୍ୱିଟରେ ଲେଖି ଜଣାଇଛି, ଆମେ ଗତ କିଛି ଦିନ ତଳେ ଗୋଟିଏ ବଗ୍ ପାଇଛୁ, ଯାହା ଫଳରେ ଇଣ୍ଟରନାଲ ଲଗରେ ସରକ୍ଷିତ ରହିଥିବା ପାସୱାର୍ଡର ଖୁଲାସା ହୋଇଯାଇଛି । କିନ୍ତୁ କୌଣସି ବ୍ୟକ୍ତିର ଡାଟା ଉପରେ ପ୍ରଭାବ ପଡିନାହିଁ । ବଗକୁ ଏବେ ଠିକ କରିଦିଆଯାଇଛି । ତେବେ କମ୍ପାନୀ ଲୋକଙ୍କୁ ଆଶ୍ୱସନା ଦେଇ କହିଛି ସମସ୍ତ ୟୁଜର୍ସଙ୍କ ଡାଟା ସମ୍ପୁର୍ଣ୍ଣ ସୁରକ୍ଷିତ ହୋଇ ରହିଛି ତେଣୁ ଚିନ୍ତା କରିବାର କୌଣସି କାରଣ ନାହିଁ ।