ବିବାହ ପୂର୍ବରୁ ଅକ୍ଷୟ କୁମାରଙ୍କୁ ‘ଗେ’ ବୋଲି ଭାବୁଥିଲେ ପତ୍ନୀ ଟ୍ୱିଙ୍କଲ୍

95

ଖିଲାଡି ବୟ ଅକ୍ଷୟ କୁମାର ବଲିଉଡର ନା କେବଳ ଜଣେ ଜଣାଶୁଣା ଅଭିନେତା ବରଂ ସମସ୍ତଙ୍କ ପାଇଁ ଆଦର୍ଶ ମଧ୍ୟ । ତେବେ ନିକଟରେ ପତ୍ନୀ ଟ୍ୱିଙ୍କଲ୍ ଅକ୍ଷୟଙ୍କୁ ନେଇ ବଡ ଖୁଲାସା କରିଛନ୍ତି । ବିବାହ ପୂର୍ବରୁ ଟ୍ୱିଙ୍କଲ୍ ଅକ୍ଷୟଙ୍କୁ ଜଣେ ଗେ’ ବୋଲି ଭାବୁଥିଲେ । ‘କଫି ୱିଥ୍ କରନ୍’ ରେ ଟ୍ୱିଙ୍କଲ୍ ନିଜେ ଏକଥା କହିଛନ୍ତି । ଟ୍ୱିଙ୍କଲ୍ କହିଛନ୍ତି ଯେତେବେଳେ ଅକ୍ଷୟ ତାଙ୍କୁ ବିବାହ ପାଇଁ ପ୍ରସ୍ତାବ ଦେଲେ ସେତେବେଳେ ସେ ରାଜି ହୋଇଗଲେ । କିନ୍ତୁ ପରେ ଜାଣିବାକୁ ପାଇଲେ କି ଅକ୍ଷୟ ଜଣେ ଗେ’ ବୋଲି ।

ତେବେ ଏକଥା ଜାଣିବା ପରେ ଟ୍ୱିଙ୍କଲଙ୍କ ମା’ ଡିମ୍ପଲ୍ କପାଡିଆ ଯେଉଁ ନିଷ୍ପତି ଶୁଣାଇଥିଲେ ତାକୁ ଜାଣିବା ପରେ ଆପଣ ଆଶ୍ଚଯ୍ୟ ହୋଇ ଯିବେ । ନିଜ ସନ୍ଦେହ ଦୂର କରିବା ପାଇଁ ଡିମ୍ପଲ୍ ଉଭୟଙ୍କୁ ବିବାହ ପୁର୍ବରୁ ୧ବର୍ଷ ପାଇଁ ଏକାଠି ରହିବା ପାଇଁ କହିଥିଲେ । କେବଳ ସେତିକି ନୁହେଁ , ଟ୍ୱିଙ୍କଲ୍ ଅକ୍ଷୟଙ୍କୁ ବିବାହ କରିବାକୁ ଚାହୁଁନଥିଲେ । କେବଳ ୧୫ ଦିନ ପାଇଁ ନିଜ ବୟଫ୍ରେଣ୍ଡ୍ ବନାଇଥିଲେ । ହେଲେ ଏହି ୧୫ ଦିନର ପ୍ରେମକାହାଣୀ ଏବେ ୧୫ ବର୍ଷର ସଫଳ ବିବାହରେ ପରିଣତ ହୋଇଛି ।