ସ୍ୱତନ୍ତ୍ର ୱାର୍ଡରେ ହସୁଛନ୍ତି ଜଗା ବଳିଆ ! ମୋବାଇଲରେ ଖେଳୁଛନ୍ତି ଜାଆଁଳା ଶିଶୁ ,ଚର୍ଚ୍ଚାରେ ଅପରେସନ୍ ପରର ୧୦ ଦିନର ଚିତ୍ର

35

jagaକନକ ବ୍ୟୁରୋ : ଦିଲ୍ଲୀ ଏମ୍ସରେ ସ୍ୱତନ୍ତ୍ର ୱାର୍ଡରେ ଜଗା ବଳିଆ । ଏକ ବିରଳ ଅପରେସନର ପ୍ରଥମ ପର୍ଯ୍ୟାୟ ଶେଷ ହୋଇଛି । କନକ ନ୍ୟୁଜ ହାତରେ ଲାଗିଥିବା ପ୍ରଥମ ଚିତ୍ର ଅନେକ କଥା ବୟାନ କରୁଛି । ଦୃଶ୍ୟରେ ଦେଖିବାକୁ ମିଳୁଛି ଏକ ମୋବାଇଲରେ ଜଗା ଖେଳୁଛି ଏବଂ ବଳିଆ ମଧ୍ୟ ବେଶ ସ୍ୱାଭାବିକ ଥିବାର ଜଣାପଡୁଛି । ପ୍ରଥମ ପର୍ଯ୍ୟାୟ ଅପରେସନର ଠିକ୍ ୧୦ ଦିନ ପରେ ଏହି ଚିତ୍ର ସ୍ପଷ୍ଟ କରୁଛି ଯେ ଜଟିଳ ଅପରେସନକୁ ଏମାନେ ସଫଳତାର ସହ ଅତିକ୍ରମ କରିଯାଇଛନ୍ତି ।

jaga3ଜଗା-ବଳିଆଙ୍କ ଅପରେସନ ଜଟିଳ ହୋଇପଡିବାର ଏକ ବଡ କାରଣ ଥିଲା ଏମାନଙ୍କ ଶିରାପ୍ରଶିରା ଯୋଡି ହୋଇ ରହିଥିଲା  ଏବଂ ବଳିଆକୁ ଯେଉଁ ତରଳ  ଖାଦ୍ୟ ଦିଆଯାଉଥିଲା ତାହା ଜଗା ଦେହକୁ ଚାଲିଯାଉଥିଲା । ଏପରିକି ବଳିଆର ରକ୍ତ ସଂଚାଳନ ମଧ୍ୟ ଜଗା ଦେହରେ ପ୍ରବାହିତ ହେଉଥିଲା । ପ୍ରଥମ ପର୍ଯ୍ୟାୟ ଅପରେସନରେ ଏହି ଜଟିଳତାକୁ ଦୂର କରାଯାଇପାରିଛି ।

ପ୍ରାୟ ଦେଢ ମାସ ପରେ ଏମାନଙ୍କର ଦ୍ୱିତୀୟ ପର୍ଯ୍ୟାୟ ଅପରେସନ ହେବ । ଦ୍ୱିତୀୟ ଅପରେସନରେ ଆଶା କରାଯାଉଛି ଜଗା-ବଳିଆଙ୍କୁ ଅଲଗା କରାଯିବ । ଯାହାକୁ ସାରା ବିଶ୍ୱର ଡାକ୍ତର ମଧ୍ୟ ଅପେକ୍ଷା କରିଛନ୍ତି ।