ଟିଭି ବିତର୍କରେ ହସୁଥିଲେ ଅତିଥି , ଟିଭି ଆଙ୍କର ପଚାରିଲେ ‘ଦିଲ୍ଲୀ ଜଳୁଛି ଆପଣଙ୍କୁ ହସ ଲାଗୁଛି’ …

650

ସିଏଏକୁ ନେଇ ଦିଲ୍ଲୀରେ ହିଂସାର ନିଆଁ ଜଳିବାକୁ ଲାଗିଛି । ଏଯାବତ୍ ଏହି ହିଂସକ ନିଆଁରେ ୧୭ ଜଣଙ୍କ ଜୀବନ ଚାଲିଗଲାଣି । ଟିଭି ଚ୍ୟାନେଲ୍ ମାନଙ୍କରେ ଦିଲ୍ଲୀ ହିଂସାକୁ ନେଇ ବିତର୍କ ପରେ ବିତର୍କ ଚାଲିଛି । ତେବେ ଏହି ସମୟରେ ଗୋଟିଏ ନିର୍ଦ୍ଦିଷ୍ଟ ଟିଭି ଚ୍ୟାନେଲରେ ଏହି ବିତର୍କକୁ ନେଇ ଆଙ୍କର ଏବଂ ପେନାଲିଷ୍ଟ୍ ଙ୍କ ଭିତରେ କଥା କଟାକଟି ହେବାର ଦେଖିବାକୁ ମିଳିଥିଲା । ଗୁରୁତ୍ୱପୂର୍ଣ୍ଣ ବିଷୟ ଉପରେ ହସିବାକୁ ନେଇ ପେନାଲିଷ୍ଟ୍ ଙ୍କ ଉପରେ ଟିଭି ଆଙ୍କର ରାଗିଥିଲେ ଏବଂ ତାଙ୍କୁ ହସିବାର କାରଣ ମଧ୍ୟ ପଚାରିଥିଲେ ।
ଦିଲ୍ଲୀର ହିଂସା ସମୟରେ ଜଣେ ଶାହରୁଖ୍ ନାମକ ବ୍ୟକ୍ତି ଫାୟାରିଙ୍ଗ୍ କରୁଥିବା ଦେଖାଯାଇଥିଲା ।

ଏହି ବିଷୟକୁ ନେଇ ଟିଭି ବିତର୍କରେ ଚର୍ଚ୍ଚା ହେଉଥିଲା । ପେନାଲିଷ୍ଟ୍ ସାଜିଦ୍ ରଶିଦି ପ୍ରଶ୍ନ କରିଥିଲେ ଯେ, ‘ଯଦି ଶାହରୁଖ୍ ଗୁଳି ଚଳାଉଥିଲା ତେବେ ପୋଲିସ୍ କାହିଁକି ତା’ ଉପରକୁ ପାଲଟା ଗୁଳି ଚଳାଇଲେ ନାହିଁ? ଦଙ୍ଗା କରୁଥିବା ବ୍ୟକ୍ତିର ସଂପ୍ରଦାୟ ଯାହା ହେଉ ତାକୁ ଗୁଳି କରିବା ଦରକାର । ଏହି ସମୟରେ ଆଙ୍କର କହିଥିଲେ ଯେ , “ଆପଣ ତ ସହିଦ୍ ରତନଲାଲ୍ ଙ୍କ ପରିବାରର ଫଟୋ ମିଡିଆରେ ଚାଲୁଥିବା ସମୟରେ ହସୁଥିଲେ । ଆପଣଙ୍କୁ ଲାଜ ଲାଗିବା କଥା ।”