ସନ୍ନ୍ୟାସିନୀଙ୍କ ପାଖକୁ ସରୁରାସ୍ତା ! ରାମରହିମଙ୍କ ଆଶ୍ରମର ଗୁମ୍ଫାରୁ ସାଧ୍ୱୀଙ୍କ ହଷ୍ଟେଲକୁ ଲମ୍ବିଥିଲା ଗୁପ୍ତ ସୁଡଙ୍ଗ

64

କନକ ବ୍ୟୁରୋ : ବିବାଦୀୟ ବାବା ରାମରହିମଙ୍କ ଆଜି ବ୍ୟଭିଚାରୀ ମୁଖା ଖୋଲିଯାଇଛି । ଡେରା ଆଶ୍ରମରେ ଯାଂଚ ବେଳେ ସାଂଘାତିକ ସତ ପଦାକୁ ଆସିଛି । ଗୁପ୍ତ ସୁଡଙ୍ଗ ବାଟ ଦେଇ ଚାଲିଥିଲା ବାବାଙ୍କ ବ୍ୟଭିଚାର । ଗର୍ଲସ ହଷ୍ଟେଲରେ ଥିବା ଏକ ବନ୍ଦ ଆଲମୀରା ତଡ଼ା ଯିବା ପରେ ସାମþନାକୁ ଆସୁଛି ଗୋଟିଏ ପରେ ଗୋଟିଏ ପାପ କାହାଣୀର ସତ । ବନ୍ଦ ଆଲମୀରା ଭିତରେ ଥିଲା ଚୋର ଦରୱାଜା ।

ram rahimଯାହାକୁ “ବେବି ଗେଟ୍” ବୋଲି କହୁଥିଲେ ରାମ ରହିମ । ଚୋର ଦରୱାଜାକୁ ଲାଗି ରହିଛି ଏକ ଗୁପ୍ତ ସୁଢଙ୍ଗ । ଯାହା ସିଧା ଯୋଡି ହୋଇ ରହିଛି ରାମରହିମଙ୍କ ବେଡ୍ ରୁମକୁ । ସର୍ଚ୍ଚ ଅପରେସନବେଳେ ଏହି ସତ ସାମନାକୁ ଆସିବା ପରେ ତାଜୁବ ହୋଇ ଯାଇଛନ୍ତି ତଦନ୍ତ ଅଧିକାରୀ । ନିଜର ଯୌନ ଲାଳସାକୁ ମେଂଟାଇବା ଲାଗି ରାମରହିମ ରଚିଥିଲେ ନୀଳ ନକ୍ସା । ଗୁପ୍ତ ସୁଢଙ୍ଗ ବାଟେ ହଷ୍ଟେଲରୁ ବେଡରୁମକୁ ମହିଳା ଭକ୍ତଙ୍କୁ ଆଣିଥାନ୍ତି ରାମରହିମ । ଭକ୍ତଙ୍କ ଆଢୁଆଳରେ ନିଜ ପାପ ଉଦ୍ଦେଶ୍ୟକୁ ଚରିତାର୍ଥ କରୁଥିଲେ ବଳାତ୍କାରୀ ବାବା ।

vlcsnap-2017-09-09-19h39m18s739କୁହାଯାଉଛି, ଗୁମ୍ପା ତିଆରି ସମୟରେ ହିଁ ମହିଳା ଭକ୍ତଙ୍କ ହଷ୍ଟେଲକୁ ସଂଯୋଗ କରି ସୁଢଙ୍ଗ ତିଆରି ପାଇଁ ଯୋଜନା ପ୍ରସ୍ତୁତ ହୋଇଥିଲା । କିନ୍ତୁ ଏହି ଯୋଜନା ବିଷୟରେ ଆଶ୍ରମ ଅନ୍ତେବାସୀ କିମ୍ବା ଅନ୍ୟ ପ୍ରମୁଖ କର୍ମଚାରୀଙ୍କ ପାଖରେ ବି ଖବର ନଥିଲା । ମହିଳା ହଷ୍ଟେଲର ଜଣେ ଦୁଇଜଣଙ୍କୁ ଛାଡିଦେଲେ ଅନ୍ୟମାନେ ଥିଲେ ସଂପୂର୍ଣ୍ଣ ଅଜ୍ଞ । କୁହାଯାଉଛି ମହିଳା ଭକ୍ତଙ୍କୁ ଆଖିରେ ଅନ୍ଧପୁଟୁଳି ବାନ୍ଧି ଅଣାଯାଉଥିଲା ଗୁମ୍ଫାରେ ଥିବା ରାମରହିମଙ୍କ ବେଡରୁମକୁ । ଫଳରେ ସେମାନେ ବି ଜାଣି ପାରୁନଥିଲେ କେଉଁବାଟେ ଆସୁଛନ୍ତି କେଉଁବାଟେ ଯାଉଛନ୍ତି । ଏହି ଘଟଣା ସାମନାକୁ ଆସିବା ପରେ ରାମରହିମଙ୍କ ବ୍ୟଭିଚାରୀ ଚେହେରାର ପର୍ଦ୍ଦାଫାସ ହୋଇଛି ।

ତେବେ ଡେରା ସଚ୍ଚା ସୌଦା ମୁଖ୍ୟ ବାବା ରାମ ରହିମଙ୍କ ଦୁନିଆ କେତେ ଯେ ରଙ୍ଗିନ ଥିଲା ତାହା ଏବେ ତଲାସି ପରେ ସାମ୍ନାକୁ ଆସିଛି । ଏହି ରାସ୍ତା ଜରିଆରେ ବାବା ନିଜ ଦେହର ଭୋକକୁ ମେଂଟାଉଥିବା ଜଣା ପଡିଛି । ସବୁଠାରୁ ବଡ କଥା ହେଲା ଏହାର ସାମାନ୍ୟ ଆଭାସ ବି କାହାକୁ ଲାଗି ନଥିଲା ।

ram rahimଗତକାଲିଠାରୁ ସିରସା ସ୍ଥିତ ଡେରା ଆଶ୍ରମରେ ତଲାସୀ ଅଭିଯାନ ଆରମ୍ଭ ହୋଇଛି । ହରିୟାଣା ପୁଲିସ ଓ ଅର୍ଦ୍ଧ ସାମରିକ ବାହିନୀର ପ୍ରାୟ ୫ ହଜାର ଯବାନ ଯାଂଚରେ ସାମିଲ ହୋଇଛନ୍ତି । ୭୦୦ ଏକରର ଏହି ଆଶ୍ରମରେ ଅନେକ ରହସ୍ୟ ଲୁଚିଥିବା ଅନୁମାନ କରାଯାଉଛି । ଗତକାଲି ତଲାସୀ ବେଳେ ପ୍ଲାଷ୍ଟିକ୍ ଟଙ୍କା, ନମ୍ବର ବିହୀନ ଲଗଜୁରୀ କାର, କମ୍ପ୍ୟୁଟର, ଲାପଟପ୍, ହାର୍ଡ ଡିସ୍କ, କିଛି ପୁରୁଣା ନୋଟ ଓ ପାଷ୍ଟିକ କରେନ୍ସି ବି ଜବତ କରାଯାଇଥିଲା । ସେପଟେ ୨ ଜଣ ନାବାଳିକାଙ୍କ ସମେତ ୩୪ ଜଣ ମହିଳାଙ୍କୁ ଉଦ୍ଧାର କରାଯାଇଥିବା ସୂଚନା ମିଳିଛି । ସିରସାରେ କୌଣସି ପ୍ରକାର ଅଘଟଣାକୁ ଏଡାଇବା ପାଇଁ ସୁରକ୍ଷା ବ୍ୟବସ୍ଥା କଡାକଡି କରାଯାଇଛି । ସ୍ଥାନୀୟ ଅଂଚଳରେ ଗାଡିମଟର ତନ୍ନ ତନ୍ନ କରି ଯାଂଚ କରାଯାଉଛି ।

gurmeet ramଅନ୍ୟପଟେ, ରାମ ରହିମଙ୍କ ବାସ୍ତବତା ଜାଣିଥିବା ବ୍ୟକ୍ତି ହେଉଛନ୍ତି ତାଙ୍କର ପାଳିତା କନ୍ୟା ହନିପ୍ରୀତ । ତେବେ ତାଙ୍କ ପ୍ରତି ବିପଦ ଥିବା ସୂଚନା ଦେଇଛି ଗୁଇନ୍ଦା ବିଭାଗ । ବାବା ଗିରଫ ହେବା ପରଠାରୁ ନିଖୋଜ ହୋଇଯାଇଛନ୍ତି ହନିପ୍ରୀତ । ସେ ଉତ୍ତର ପ୍ରଦେଶ ବାଟ ଦେଇ ନେପାଳ ପଳାଇଥିବା ଅନୁମାନ କରାଯାଉଛି । ହନିପ୍ରିତଙ୍କୁ ହତ୍ୟା କରିବା ସମ୍ଭାବନା ରହିଥିବା ଗୁଇନ୍ଦା ବିଭାଗ ସନ୍ଦେହ ପ୍ରକାଶ କରିଛି ।

ଗୁରୁମିତ ରାମ ରହିମଙ୍କ ସବୁ ଗୁପ୍ତ ତଥ୍ୟ ସେ ଜାଣିଥିବାରୁ ଏପରି କରାଯାଇପାରେ ବୋଲି ଅନୁମାନ କରାଯାଉଛି । ବାବା ଦୁଷ୍କର୍ମ ଅଭିଯୋଗରେ ଦୋଷୀ ସାବ୍ୟସ୍ତ ହୋଇ ରୋହତର ଜେଲରେ ୨୦ ବର୍ଷର ଦଣ୍ଡ ଭୋଗୁଥିବା ବେଳେ ହନିପ୍ରୀତ ବିରୋଧରେ ପୋଲିସ ଲୁକ୍ ଆଉଟ୍ ନୋଟିସ ଜାରି କରି ଭାରତ ସାରା ଖୋଜୁଛି ।