ପାକିସ୍ତାନକୁ ଆମେରିକାର ଝଟକା: ମଧ୍ୟସ୍ଥତା କରିବାକୁ ମନା କଲେ ଟ୍ରମ୍ପ; କହିଲେ, କାଶ୍ମୀର ଭାରତ-ପାକିସ୍ତାନର ଦ୍ୱିପାକ୍ଷିକ ମାମଲା

507

କନକ ବ୍ୟୁରୋ: ପାକିସ୍ତାନକୁ ଆମେରିକାର ଝଟକା । କାଶ୍ମୀର ପ୍ରସଙ୍ଗରେ ପାକିସ୍ତାନକୁ ଝଟକା ଦେଇଛି ଆମେରିକା । କାଶ୍ମୀର ମାମଲାରେ ସମାଧାନ ପାଇଁ ମଧ୍ୟସ୍ଥତା କରିବାକୁ ମନା କଲେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ । ସେ କହିଛନ୍ତି କାଶ୍ମୀର ଭାରତ-ପାକିସ୍ତାନର ଦ୍ୱିପାକ୍ଷିକ ମାମଲା । ଏଣୁ ଏହା ଭିତରେ ଆମେରିକା ମୁଣ୍ଡ ପୁରାଇବନି ବୋଲି ସେ ସଫା ସଫା କହିଛନ୍ତି ।

ଭାରତୀୟ ରାଜଦୂତ ହର୍ଷବର୍ଦ୍ଧନ ସିଙ୍ଗଲାଙ୍କ ଜରିଆରେ ଏହି ଖବର ସାମ୍ନାକୁ ଆସିଛି । ହର୍ଷବର୍ଦ୍ଧନ କହିଛନ୍ତି ଯେ ଆମେରିକା ତାର ପୁରୁଣା ନୀତି ଉପରେ ଚାଲିବାକୁ ଚାହୁଁଛି । ଆମେରିକା ଚାହୁଁଛି ଯେ ଭାରତ ଓ ପାକିସ୍ତାନ ମିଳିମିଶି ଏହି ସମସ୍ୟାର ସମାଧାନ କରନ୍ତୁ । ଯଦି ଭାରତ ଚାହିଁବ ତାହେଲେ ସେ ମଧ୍ୟସ୍ଥ୍ତା କରିବ । କିନ୍ତୁ ଭାରତ କାଶ୍ମୀର ପ୍ରସଙ୍ଗରେ ପୂର୍ବରୁ ଅନେକଥର ତାର ଆଭିମୁଖ୍ୟ ସ୍ପଷ୍ଟ କରିସାରିଛି । ପାକ୍ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନ କାଶ୍ମୀର ମାମଲା ଉପରେ ପ୍ରାୟ ସବୁ ଦେଶର ସହାୟତା ଲୋଡୁଛି । ହେଲେ ପାକିସ୍ତାନକୁ କାହାର ସମର୍ଥନ ମିଳୁନାହିଁ ।