କନକ ବ୍ୟୁରୋ: ସଂବଲପୁରରେ ଟ୍ୟାଙ୍କର ଓ ଟ୍ରକ ଧକ୍କା ପରେ ପରିସ୍ଥିତି ଭୟାବହ ହୋଇପଡିଛି । କାରଣ ଏଲପିଜି ଟ୍ୟାଙ୍କର ଦୁର୍ଘଟଣାଗ୍ରସ୍ତ ହେବା ପରେ ଏଥିରୁ ଗ୍ୟାସ ଲିକ ହେବାରେ ଲାଗିଛି । ସେଥିଲାଗି କୌଣସି ବଡଧରଣ ଦୁର୍ଘଟଣା ଏଡାଇବାକୁ ପୁରା ଅଂଚଳକୁ ଖାଲି କରିଛି ପୋଲିସ । ଏପରିକି ରାସ୍ତା ଘାଟକୁ ସିଲ କରିଦିଆଯାଇଛି । ଆଜି ସକାଳେ ଯୁଜୁମରା ଥାନା ଆଗରେ ବଡ ଧରଣର ସଡକ ଦୁର୍ଘଟଣା ହୋଇଥିଲା । ସକାଳର ଘନ କୁହୁଡିରେ ଟ୍ରକକୁ ଧକ୍କା ଦେଇଥିଲା ତେଲ ଟ୍ୟାଙ୍କର ।
ଦୁର୍ଘଟଣା ସ୍ଥଳରେ ଦୁଇଟି ଯାକ ଗାଡିର ସମ୍ମୁଖ ଭାଗ ପୂରା ଚୁରମାର ହୋଇଯାଇଥିଲା । ଦୁର୍ଘଟଣା ପରେ ପରେ ଗାଡି ଦୁଇଟିରେ ନିଆଁ ଲାଗିଯିବାରୁ ଜଳି ଉଠିଥିଲା ଦୁଇଟି ଯାକ ଗାଡି । ଆଉ ଏଥିରେ ଜୀଅନ୍ତା ଜଳିଯାଇଛନ୍ତି ଦୁଇଟି ଯାକ ଗାଡିର ଡ୍ରାଇଭର । ଏଥିରେ ଦୁଇ ଡ୍ରାଇଭରଙ୍କ ମୃତ୍ୟୁ ହୋଇଛି । ତେବେ ଏହି ଦୁର୍ଘଟଣା ପରେ ପରେ ଗାଡିର ହେଲପରଙ୍କ ପତା ମୁଳିନି । ପୋଲିସ ଓ ସ୍ଥାନୀୟ ଲୋକେ ପହଁଚି ଉଦ୍ଧାର କାମ ଆରମ୍ଭ କରିଛନ୍ତି । ଯୁଯୁମରା ଅଗ୍ନିଶମ ବାହିନୀ ପହଁଚି ନିଆଁକୁ ଆୟତ କରିବାକୁ ପ୍ରୟାସ ଚଳାଇଛି ।