ଆସୁଛି ସ୍ୱାଧୀନତା ଦିବସ ! ଅଗଷ୍ଟ ୧୫ ପୂର୍ବରୁ ଆପଣଙ୍କ ଘରେ ପହଞ୍ଚିବ ନିଶୁଳ୍କ ତ୍ରିରଙ୍ଗା, କରନ୍ତୁ କିଛି ଏଭଳି କାମ ।

63

ଆଗକୁ ଆସୁଛି ସ୍ୱାଧୀନତା ଦିବସ । ଅଗଷ୍ଟ ୧୫ ତାରିଖ ପୂର୍ବରୁ ଭାରତୀୟ ଜନତା ପାର୍ଟିର ନେତା ସି,ଆର.ପାଟିଲ ତ୍ରିରଙ୍ଗା ଅଭିଯାନ ଆରମ୍ଭ କରିଛନ୍ତି । ଏହି ଅଭିଯାନ ଅନୁଯାୟୀ, ଅଗଷ୍ଟ ୧୫ ତାରିଖ ପୂର୍ବରୁ ଆପଣଙ୍କ ଘରେ ନିଶୁଳ୍କ ତ୍ରିରଙ୍ଗା ପହଞ୍ଚାଇ ଦିଆଯିବ । ଏହି ଅଭିଯାନର ନାମ ‘ହର ଘର ତ୍ରିରଙ୍ଗା, ହର ଗାଓଁ ତ୍ରିରଙ୍ଗା’ ରଖାଯାଇଛି । ଯାହାର ମୁଖ୍ୟ ଉଦ୍ଦେଶ୍ୟ ହେଉଛି ଦେଶର କୋଣ ଅନୁକୋଣରେ ତ୍ରିରଙ୍ଗା ପହଞ୍ଚାଇବା । ଯେଉଁଥିରେ ଦେଶର ପ୍ରତିଟି ନାଗରିକ ଗର୍ବର ସହ ଅଗଷ୍ଟ ୧୫ ତାରିଖ ଦିନ ପତକା ଉଡାଇ ପାରିବେ ।

ନିଶୁଳ୍କ ତ୍ରିରଙ୍ଗା ପାଇବା ପାଇଁ ଆପଣଙ୍କୁ କେବଳ କ୍ରେପ୍ଟିଲ ଡଟ୍ କମ୍ ୱେବସାଇଟରେ ଯାଇ ରେଜିଷ୍ଟର କରିବା ପାଇଁ ପଡିବ । ଏହି ଅଭିଯାନ ବାବଦରେ ସୂଚନା ଦେବା ସହ ବିହାରର ବିଜେପି ରାଜ୍ୟ ସହ ପ୍ରଭାରୀ ସି.ଆର. ପାଟିଲ ଟ୍ୱିଟ କରି କହିଛନ୍ତି ଯେ, ଅଳ୍ପ ଦିନରେ ଆପଣଙ୍କ ଏବଂ ଆମ ସମସ୍ତଙ୍କର ତ୍ରିରଙ୍ଗା ଆପଣଙ୍କ ପାଖରେ ପହଞ୍ଚିଯିବ । ୧୫ ଅଗଷ୍ଟ ପୂର୍ବରୁ ସମସ୍ତଙ୍କ ପାଖରେ ତ୍ରିରଙ୍ଗା ରହିଥିବ ।

ନିଶୁଳ୍କ ତ୍ରିରଙ୍ଗା ପାଇବା ପାଇଁ ପ୍ରଥମେ ଆପଣଙ୍କୁ ୱେବସାଇଟକୁ ଯିବାକୁ ହେବ । ୱେବସାଇଟରେ ଯିବା ପରେ ସେଠାରେ ଆପଣଙ୍କୁ ଏକ ଫର୍ମ ଦେଖାଯିବ, ଯେଉଁଥିରେ ଆପଣଙ୍କୁ ଆପଣଙ୍କ ନାମ, ଘରର ଠିକଣା, ରାଜ୍ୟ, ଦେଶ, ମୋବାଇଲ୍ ନମ୍ବର ଭଳି କେତେକ ସୂଚନା ଦେବାକୁ ହେବ । ଏହା ପରେ ଆପଣଙ୍କୁ ଫର୍ମକୁ ସବମିଟ୍ କରିବାକୁ ହେବ । ଫର୍ମ ସବମିଟ୍ ହେବା ପରେ ଆପଣଙ୍କ ଘରେ ନିଶୁଳ୍କ ତ୍ରିରଙ୍ଗା ପହଞ୍ଚିଯିବ ।