ପୋଲିସ ଚେକ୍ ପୋଷ୍ଟ ସମ୍ମୁଖରେ ଗୋଡାଇ ଗୋଡାଇ ହାଣିଲେ ଦୃବୃର୍ତ୍ତ । ଗୋଟିଏ ପରିବାରର ୩ ମୃତ ।

1,588

କନକ ବ୍ୟୁରୋ : ପିପିଲିରେ ମର୍ଡର ଲାଇଭ । ପିପିଲିର ପଟ୍ଟନାୟକିଆରେ ଗୋଟିଏ ପରିବାରର ୩ ଜଣଙ୍କୁ ଅତି ବିଭତ୍ସ ଭାବେ ହତ୍ୟା କରିଛନ୍ତି ଦୁବୃର୍ତ୍ତ । ବିଚ୍ ରାସ୍ତାରେ ଗୋଡାଇ ଗୋଡାଇ ପରିବାରର ୩ ଜଣଙ୍କୁ ହାଣିବା ସହ ନିର୍ମମ ଭାବେ ହତ୍ୟା କରାଯାଇଛି । ଖଣ୍ଡା ଓ ଫାର୍ସାରେ ହାଣିବା ପରେ ଦୃବୃର୍ତ ମାନେ ଘଟଣାସ୍ଥଳରୁ ଫେରାର ହୋଇଯାଇଛନ୍ତି ।

ମିଳିଥିବା ସୂଚନା ମୁତାବକ, ପିପିଲିର ପଟ୍ଟନାୟକିଆରେ ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ଗୋଟିଏ ପରିବାରର ୩ ଜଣଙ୍କୁ ଦୃବୃର୍ତ୍ତ ହତ୍ୟା କରିଥିବା ଆଶଙ୍କା କରାଯାଉଛି । ପୋଲିସ ଚେକ୍ ପୋଷ୍ଟ ସମ୍ମୁଖରେ ଏହି ହତ୍ୟାକାଣ୍ଡ ହୋଇଥିଲେ ମଧ୍ୟ ଦୃବୃର୍ତ୍ତଙ୍କ ଟେର ପାଇନାହିଁ ପୋଲିସ । ଘଟଣାସ୍ଥଳରେ ୩ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ଉତ୍ତେଜନା ପ୍ରକାଶ ପାଇଛି । ଉତ୍ତ୍ୟକ୍ତ ଲୋକ ଘଟଣାସ୍ଥଳରେ ପୋଡାଜଳା କରୁଥିବା ବେଳେ ପୋଲିସ ପହଞ୍ଚି ଯାଞ୍ଚ ଆରମ୍ଭ କରିଛି ।