ଉପୁଡି ପଡିଥିବା ଗଛ ପୁଣି ଛିଡା ହୋଇଗଲା ? ଲୋକ ହେଲେ ଚକ୍କିତ, ଜାଣନ୍ତୁ କେଉଁଠି ।

ଉପୁଡି ପଡିଥିବା ଗଛଟି ପୁଣି ଥରେ ଛିଡା ହୋଇଯାଇଛି ।

266

ଆମ ଦେଶ ଭାରତରେ ପ୍ରତିଦିନ କେଉଁଠିନା କେଉଁଠି ଅଦ୍ଭୁତ ଧରଣର ଘଟଣା ଦେଖିବାକୁ ମିଳିଥାଏ । କିଛି ଅନ୍ଧ ବିଶ୍ୱାସକୁ ମାନି ଲୋକମାନେ ବିଭିନ୍ନ ପ୍ରକାରର ପୂଜା ପାଠ ମଧ୍ୟ କରିଥାନ୍ତି । ଠିକ ସେହିଭଳି ଏକ ଆଶ୍ଚର୍ଯ୍ୟ କରିଦେଲା ଭଳି ଘଟଣା ଘଟିଛି ଉତ୍ତରପ୍ରଦେଶର ଶୀତାପୁର ଜିଲ୍ଲାରେ । ଉପୁଡି ପଡିଥିବା ଗଛଟି ପୁଣି ଥରେ ଛିଡା ହୋଇଯାଇଛି । ଏହାକୁ ଲୋକ ଦେଖି ଆଶ୍ଚର୍ଯ୍ୟ ଚକ୍କିତ ହେବା ସହିତ ଏହାକୁ ଭଗବାନଙ୍କ ଚମକ୍ରାର ପୂଜାର୍ଚ୍ଚନା ଆରମ୍ଭ କରିଦେଇଛନ୍ତି ।

ବିଶେଷଜ୍ଞଙ୍କ କହିବା ଅନୁଯାୟୀ, ଉପୁଡି ପଡିଥିବା ଗଛ ପୂନର୍ବାର ଛିଡା ହୋଇଯିଏ ଏହା ଏକ ସାମାନ୍ୟ କଥା । କାରଣ ଗଛର ଅପର ରପାଶ୍ୱର୍ରେ ଓଜନ ବଢିବା ଏବଂ ଗଛର ଚେର ମାଟି ଭିତରକୁ ଯାଇ ଗୋଟେ ଦିଗକୁ ଟାଣିହୋଇଯିବା କାରଣରୁ ଉପୁଡି ପଡିଥିବା ଓସ୍ତ ଗଛଟି ଧିରେ ଧିରେ ଛିଡା ହୋଇଯାଇଛି । କିନ୍ତୁ ଲୋକଙ୍କ କହିବା ଉନୁସାରେ ଗତ ୬ ମାସ ତଳେ ଏହି ଓସ୍ତ ଗଛଟିକୁ କାଠୁରିଆ ହାଣି ଦେଇଥିଲା । ଏହା ପରେ କେବଳ ଗଛର ଗଣ୍ଡି ପଡି ରହିଥିଲା । ତେବେ ଏହି ଓସ୍ତ ଗଛଟି ପୁଣି ଥରେ ଛିଡା ହୋଇଯିବା ଘଟଣାକୁ ଲୋକମାନେ କୌଣସି ଔଲୋକିକ ଶକ୍ତି ବୋଲି ମାନୁଛନ୍ତି ।

ଏହି ଘଟଣାକୁ ନେଇ ପଚରାଉଚରା କରିବାରୁ ଜଣା ଯାହା ଜଣା ପଡିଛି, ଏଠାରେ ଏକ ମନ୍ଦିର ନିର୍ମାଣ କରାଯିବାର ବ୍ୟବସ୍ଥା କରାଯାଉଛି । ତେଣୁ କିଛି ଲୋକ ଏଭଳି କଥା କହି ଲୋକଙ୍କ ମଧ୍ୟରେ ଭକ୍ତି ଜାଗ୍ରୁତ କରିବାକୁ ଚାହୁଁଛନ୍ତି । ତେବେ ଏହି ଘଟଣା ସତ ନା ଏହାକୁ କିଏ ଚମକ୍ରାର ବୋଲି ପ୍ରମାଣ କରିବା ପାଇଁ ଏପରି ମିଥ୍ୟା ଅପବାଦ ଖେଳାଇଛି ତାହା ଏଯାଏ ସ୍ପଷ୍ଟ ହୋଇପାରି ନାହିଁ ।