ସାବଧାନ ! କେତେଥର ଭାଙ୍ଗୁଛନ୍ତି ଟ୍ରାଫିକ ନିୟମ ? ଆପ ଦ୍ୱାରା ଜାଣିବ ଟ୍ରାଫିକ ପୋଲିସ, ହୋଇପାରେ ଲାଇସେନ୍ସ ରଦ୍ଦ।

98

ଗାଡି ଚାଳକ ମାନେ ଏଣିକି ଟ୍ରାଫିକ ନିୟମ ଭାଙ୍ଗି ପାରିବେ ନାହିଁ । ଯଦି ଭାଙ୍ଗିବେ ତେବେ ଚାଳକଙ୍କ ଲାଇସେନ୍ସ ରଦ୍ଦ କରାଯିବ । ଗାଡି ଚାଳକ ମାନେ କେତେଥର ଟ୍ରାଫିକ ନିୟମ ଭାଙ୍ଗିଛନ୍ତି ତାହା ଜଣିବା ପାଇଁ ପୁଲିସକୁ ଏବେ ଚାଳକଙ୍କ ଦସ୍ତାବିଜ ଖୋଜିବାକୁ ପଡିବ ନାହିଁ । ମୋବାଇଲ ଆପ ଜରିଆରେ ଜଣାପଡିବ ଚାଳକ କେତେଥର ଟ୍ରାଫିକ ସିଗ୍ନାଲକୁ ଉଲଙ୍ଘନ କରିଛନ୍ତି । ପ୍ରତ୍ୟେକ ଟ୍ରାଫିକ ପୋଲିସ ମାନଙ୍କ ମୋବାଇଲରେ ଏହି ଆପ ଉପଲବ୍ଧ ରହିବ । ଏହି ଆପରେ ପ୍ରତ୍ୟେକଟି ଗାଡିର ତଥ୍ୟ ଉପଲବ୍ଧି କରାଯିବ । ଗାଡି ଚାଳକ ମାନେ ଜେତେଥର ଟ୍ରାଫିକ ନିୟମ ଭଙ୍ଗ କରିବେ ସେତେ ଥର ଏଥିରେ ସବୁ ଅପଡେଟ ହୋଇ ରହିବ ।

ଜାମ୍ମୁ କାଶ୍ମୀର ଟ୍ରାଫିକ ପୋଲିସ ନିୟମ ଉଲେଙ୍ଘନ କରୁଥିବା ଚାଳକମାନଙ୍କୁ ଧରିବା ପାଇଁ ଏକ ଭିନ୍ନ ଆପ ତିଆରି କରୁଛି । ଏହି ଆପରେ ପ୍ରତ୍ୟେକଟି ଗାଡିର ତଥ୍ୟ ଥିବା କାରଣରୁ ଗାଡିର ନମ୍ବର ଏହି ଆପରେ ଫିଡିଙ୍ଗ କରିବା ମାତ୍ରେ ଚାଳକଙ୍କ ସମସ୍ତ ତଥ୍ୟ ସାମ୍ନାକୁ ଆସିଯିବ । ଚାଳକ କେତେଥର ଟ୍ରାଫିକ ନିୟମ ଉଲଙ୍ଘନ କରିଛି, କେଉଁଠି କରିଛି, କେଉଁ କାରଣରୁ କରିଛି ଏବଂ ଏହା ଉପରେ କଣ କାର୍ଯ୍ୟାନୁଷ୍ଠାନ ନିଆଯାଇଛି ଏପରି ସମସ୍ତ ତଥ୍ୟ ସମ୍ନାକୁ ଆସିଯିବ । ଯଦି କୌଣସି ଚାଳକ ତିନିଥରରୁ ଅଧିକ ଟ୍ରାଫିକ ନିୟମ ଭଙ୍ଗ କରିଥିବ ତେବେ ତାଙ୍କର ଲାଇସେନ୍ସ ରଦ୍ଦ କରାଯିବ କିମ୍ବା ତାଙ୍କ ଲାଇସେନ୍ସ ରଦ୍ଧ କରିବା ପାଇଁ ଆରଟିଓକୁ ନିବେଦନ କରାଯିବ ।

ଏସଏସପି ଟ୍ରାଫିକ ଜୋଗେନ୍ଦରଙ୍କ ସିଂହଙ୍କ କହିବା ଅନୁସାରେ, ସଡକ ଦୁର୍ଘଟଣାରେ ହେଉଥିବା ମୃତ୍ୟୁର ପ୍ରମୁଖ କାରଣ ହେଉଛି ହେଲମେଟ ନପିନ୍ଧି ଗାଡି ଚଲାଇବା ଏବଂ ସିଟ ବେଲ୍ଟର ବ୍ୟବହାର ନକରିବା । ବିନା ହେଲମେଟ କିମ୍ବା ସିଟବେଲ୍ଟ ବ୍ୟବହାର ନକରି ଗାଡି ଚଲାଉଥିବା ବେଳେ ଯଦି କଣସି ଚାଳକ ଟ୍ରାଫିକରେ ଧରା ପଡେ ତେବେ ଟଙ୍କା ଦେଇ ଚାଲାଣ କାଟି ପଳାଇଥାନ୍ତି । ବାରମ୍ବାର ଚାଲାଣ କାଟିବା ପରେ ମଧ୍ୟ ଲୋକମାନେ ସଧୁରିନଥାନ୍ତି । କିନ୍ତୁ ଏବେ ଚାଳକଙ୍କ କୌଣସ ଚାଲାଣ କଟାଯିବ ନାହିଁ । ଟ୍ରାଫିକ ନିୟମ ଭଙ୍ଗ କଲେ ସିଧାସଳଖ ଲାଇସେନ୍ସକୁ ରଦ୍ଦ କରିଦିଆଯିବ ।

ରାଜ୍ୟରେ ୧୫ ଲକ୍ଷ ବାହାନ ପଞ୍ଜିକୃତ

ଏହି ଆପରେ ପ୍ରାୟ ୧୫ଲକ୍ଷରୁ ଅଧିକ ବାହନ ପଞ୍ଜିକୃତ କରାଯାଇଛି । ସେଥିମଧ୍ୟରୁ ୧ ଲକ୍ଷ ବ୍ୟବସାୟୀକ ବାହନ ରହିଛି । ଗତ ତିନିମାସ ହେବ ଏହି ପ୍ରକ୍ରିୟା ଆରମ୍ବ ହୋଇଛି କିନ୍ତୁ ଆଶା କରାଯାଉଛି ଆଉ ତିନିମାସ ମଧ୍ୟରେ ଏହା ସମ୍ପୁର୍ଣ୍ଣ ଭାବେ କାର୍ଯ୍ୟକାରୀ ହୋଇଯିବ ।