ଏଣିକି ଘରେ ବସି ଜମା କରିପାରିବେ ଚାଲାଣ ! ଜାଣନ୍ତୁ ଟ୍ରାଫିକର ଏହି ନୂଆ ବ୍ୟବସ୍ଥା ସହ ଜଡିତ ୪ଟି ଗୁରୁତ୍ୱପୂର୍ଣ୍ଣ କଥା

149

ଏଣିକି ଆପଣ ଘରେ ବସି ବି ପରିଶୋଧ କରିପାରିବେ ଟ୍ରାଫିକ୍ ଚାଲାଣ ଟଙ୍କା । ଗତ ଶୁକ୍ରବାର ଦିଲ୍ଲୀରେ ଇ-ଚାଲାଣ ଏବଂ ଅନଲାଇନ ପେମେଂଟ ସିଷ୍ଟମର ଉଦଘାଟନ କରାଯାଇଛି । ଏହି ସିଷ୍ଟମ ଜରିଆରେ ଚାଳକଙ୍କ ଚାଲାଣ ରେଜିଷ୍ଟ୍ରେସନ ଥିବା ଗାଡି ନମ୍ବରରେ ପଠାଯିବ । ଏହି ଚାଲାଣ ରେଜିଷ୍ଟର୍ଡ ମୋବାଇଲ ନମ୍ବରରେ ଏସଏମଏସ ଜରିଆରେ ମଧ୍ୟ ପହଞ୍ଚାଯିବ ଏବଂ ରେଜିଷ୍ଟ୍ରେସନ ହୋଇଥିବା ଗାଡି ଠିକଣାରେ ବି ପଠାଯିବ । ଆପଣଙ୍କୁ ଏଠାରେ ଆମେ କହି ରଖୁଛୁ କି, ଏଣିକି ଚାଲାଣର ପେମେଂଟ କୌଣସି ବି କ୍ରେଡିଟ୍ ତଥା ଡେବିଟ୍ କାର୍ଡ ଜରିଆରେ କରିପାରିବେ ଆପଣ । ସେହିଭଳି ଷ୍ଟେଟ୍ ବ୍ୟାଙ୍କ ଅଫ ଇଣ୍ଡିଆର ଖାତା ଧାରକମାନେ ମଧ୍ୟ ନେଟ୍ ବ୍ୟାଙ୍କିଂ ଜରିଆରେ ଚାଲାଣ ପେମେଂଟ କରିପାରିବେ । ତେବେ ଏହି ସିଷ୍ଟମକୁ ରାଷ୍ଟ୍ରୀୟ ସୂଚନା ବିଜ୍ଞାନ କେନ୍ଦ୍ର ତଥା ଏନଆଇସି ସହ ମିଳିତ ଭାବେ ଦିଲ୍ଲୀ ପୁଲିସ ଡେଭଲପ କରିଛି ।

ବାକି ରାଜ୍ୟଙ୍କ ସହ ମଧ୍ୟ ସେୟାର ହେବ ଡାଟା..

• ଟ୍ରାଫିକ୍ ନିୟମ ଉଲ୍ଲଂଘନ କରିଥିବା କୌଣସି ବି ଗାଡି ଚାଳକଙ୍କର ଚାଲାଣ ଗୋଟିଏ ଥର ପାଇଁ ବି ଦିଲ୍ଲୀରେ ରହିଥିବ , ଏଣିକି ଉକ୍ତ ଗାଡିର ରେଜିଷ୍ଟ୍ରେସନ ନମ୍ବର ଆଧାରରେ ସମ୍ବଧିତ ରାଜ୍ୟର ଆରଟିଓଙ୍କ ନିକଟକୁ ବି ପଠାଯିବ । ଯାହାଦ୍ୱାରା ଉକ୍ତ ରାଜ୍ୟକୁ ବି ଗାଡିର ଚାଲାଣ କଟାଯିବା ନେଇ ସମସ୍ତ ତଥ୍ୟ ମିଳିଯିବ । ଏହି ନୂଆ ସିଷ୍ଟମରୁ କୌଣସି ବି ଗାଡିର ଚାଲାଣ କଟାଯାଇଥିବା ନେଇ ସମସ୍ତ ସୂଚନା ସହଜରେ ପାଇପାରିବେ ।

• ସିଷ୍ଟମର ଟେଷ୍ଟିଂ ସମୟରେ ନୂଆ ମେସିନରୁ ୧,୦୩,୫୦୩ ଚାଲାଣ ଜାରି କରାଯାଇଛି ଏବଂ ତା ଜରିଆରେ ପାଖାପାଖି ସାଢେ ୯କୋଟି ଟଙ୍କାର ଜରିମାନା ରୂପେ ଆଦାୟ କରାଯାଇଛି । ଟ୍ରାଏଲ ସମୟରେ ୫୮ ପ୍ରତିଶତରୁ ଅଧିକ ଲୋକ ଉଭୟ କ୍ରେଡିଟ୍ ଏବଂ ଡେଭିଟ୍ କାର୍ଡ ତଥା ନେଟ୍ ବ୍ୟାଙ୍କିଂ ଜରିଆରେ ଜରିମାନା ଦେଇଛନ୍ତି ।

• ସେହିଭଳି ସାରଥି ଆପ୍ ଜରିଆରେ ଏନସିଆରବିରୁ ସମସ୍ତ ଗାଡି ଚାଲକଙ୍କୁ ଲାଇସେନ୍ସର ଡାଟା ମଧ୍ୟ ନିଆଯାଇଛି । ଯାହାଦ୍ୱାରା ଗାଡି ଚାଳକଙ୍କର ଲାଇସେନ୍ସର ନମ୍ବର ଦେବା କ୍ଷଣି ହିଁ ଏହି ସିଷ୍ଟମ ଉକ୍ତ ଗାଡି ସଂପର୍କରେ ପୂରା ବିବରଣୀ ଉପବଲ୍ଧ କରାଇବ ।

• ଆହୁରୀ ବି ଜଣା ପଡିଯିବ କି, ଚାଳକ ବ୍ୟବହାର କରୁଥିବା ଡିଏଲ, ଅସଲି ନା ନକଲି ? ଏଥି ସହିତ ହିଁ ଗାଡି ଚାଳକ ପୂର୍ବରୁ କେତେ ଥର ଏବଂ କେଉଁ ନିୟମ ଉଲ୍ଲଂଘନ କରିବାରୁ ଚାଲାଣ କଟା ଯାଇଛି ଇତ୍ୟାଦି ସଂପର୍କରେ ବି ସବୁ ତଥ୍ୟ ମିଳିଯିବ ।