ଆଉ କୋହଳ ହେବନି ଟ୍ରାଫିକ୍ ନିୟମ । ଡିସେମ୍ବର ୧ରୁ କଡାକଡି ହେବ କଟକଣା । ନୂଆ ମୋଟର ଯାନ ଆଇନ ଅନୁସାରେ ଆଦାୟ ହେବ ଜରିମାନା

ସାମନାକୁ ଆସିଲା ବଡ଼ ତଥ୍ୟ, ନୂଆ ନିୟମ ପରେ କମିଛି ଦୁର୍ଘଟଣା

1,279

କନକ ବ୍ୟୁରୋ: ଆଉ କୋହଳ ହେବନି ଟ୍ରାଫିକ ନିୟମ । ଡିସେମ୍ବର ୧ତାରିଖରୁ ଟ୍ରାଫିକ ନିୟମ କଡାକଡି ଭାବେ ପାଳନ କରାଯିବ । ଏନେଇ ସୂଚନା ଦେଇଛନ୍ତି ପରିବହନ ମନ୍ତ୍ରୀ ପଦ୍ମନାଭ ବେହେରା । ଟ୍ରାଫିକ ନିୟମ ଉଲ୍ଲଙ୍ଘନ କଲେ ନୂଆ ମୋଟରଯାନ ଆଇନ ଅନୁସାରେ ଜରିମାନା ଆଦାୟ କରାଯିବ । ସେପ୍ଟମ୍ବରରୁ ୩ ମାସ ଟ୍ରାଫିକ ନିୟମ କୋହଳ କରିବା ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ନିର୍ଦ୍ଦେଶ ଦେଇଥିଲେ । ମୁଖ୍ୟମନ୍ତ୍ରୀଙ୍କ ନିର୍ଦେଶର ଅବଧି ଶେଷ ହେବା ପରେ ନିୟମକୁ କଡାକଡି ଭାବେ ପାଳନ କରାଯିବ ବୋଲି ପରିବହନ ମନ୍ତ୍ରୀ ପଦ୍ମନାଭ ବେହେରା କହିଛନ୍ତି ।

ପୁଣି ଫେରୁଛି ଟ୍ରାଫିକ ନିୟମ । ଆସନ୍ତା ୧ରୁ ନିୟମ କଡ଼ାକଡ଼ି । ନୂଆ ଟ୍ରାଫିକ୍ ନିୟମ ଯେଉଁ ଭଳି ଢ଼ଙ୍ଗରେ ଲାଗୁ ହୋଇଥିଲା ଏବଂ ନିୟମ ଉଲଂଘନ କଲେ ଯେଉଁ ଭଳି ଜରିମାନା ଆଦାୟ ହେଉଥିଲା, ଠିକ୍ ସେହି ଢ଼ଙ୍ଗରେ ପୁଣି କଡ଼ାକଡ଼ି ଭାବରେ ଚାଲିବ ବ୍ୟବସ୍ଥା । ଅର୍ଥାତ୍ ରାସ୍ତା ଉପରେ ଚଳିବନି ଚାଳକଙ୍କ ମନମାନି । ହେଲମେଟ୍ ନ ପିନ୍ଧିଲେ ତଣ୍ଡ ଗଣିବେ ଚାଳକ । ମଦ ପିଇ ଗାଡି ଚଲାଇଲେ ଫାଇନ୍ ଦେବେ, ତାସହ ଜେଲ୍ ଦଣ୍ଡ ବି ହୋଇପାରେ । ଆସନ୍ତା ୧ରୁ ପୁଣି ଟ୍ରାଫିକ୍ ନିୟମ କଡ଼ାକଡ଼ି ଭାବେ ଲାଗୁ ହେବ ବୋଲି ସୂଚନା ଦେଇଛନ୍ତି ପରିବହନ ମନ୍ତ୍ରୀ ।

ସେପଟେ ଲୋକଙ୍କ ସୁବିଧା ଦୃଷ୍ଟିରୁ ନୂଆ ଟ୍ରାଫିକ୍ ନିୟମକୁ କୋହଳ କରିବା ସହ ଆବଶ୍ୟକୀୟ କାଗଜପତ୍ର ପ୍ରସ୍ତୁତ କରିବାକୁ ୩ ମାସର ସମୟ ଦେଇଥିଲେ ମୁଖ୍ୟମନ୍ତ୍ରୀ । ଆଉ ନୂଆ ନିୟମ ଲାଗୁ ହେବାର ୨ ମାସ ମଧ୍ୟରେ ଅର୍ଥାତ୍ ନଭେମ୍ବର ୧ ତାରିଖ ସୁଦ୍ଧା ଜରିମାନା ବାବଦକୁ ଆଦାୟ ହୋଇଛି ୧ କୋଟି ୫ ଲକ୍ଷ ଟଙ୍କା । ତେବେ ବଡ କଥା ହେଉଛି ନୂଆ ମୋଟର ଯାନ ଆଇନ୍ ଆସିବା ପରେ କମିଛି ଦୁର୍ଘଟଣା ।

– ୨୦୧୮ ସେପ୍ଟେମ୍ବର ତୁଳନାରେ ୨୦୧୯ ସେପ୍ଟେମ୍ବରରେ କମିଛି ଦୁର୍ଘଟଣା ହାର

– ଗତବର୍ଷ ତୁଳନାରେ ଗୋଟିଏ ମାସରେ ରାଜ୍ୟରେ ପ୍ରାୟ ୧୭% ଦୁର୍ଘଟଣା କମିଛି

– ଗତବର୍ଷ ସେପ୍ଟେମ୍ବର ୮୪୪ଟି ସଡ଼କ ଦୁର୍ଘଟଣା ହୋଇଥିଲା

– ତେବେ ଚଳିତବର୍ଷ ସେପ୍ଟେମ୍ବରରେ ୭୦୨ଟି