କନକ ବ୍ୟୁରୋ: କାଳିଜାଇ ପୀଠରେ ଲାଗିଥିବା ୧୪୪ଧାରାକୁ ମାନିଲେନି ପର୍ୟ୍ୟଟକ । ପୁରୀ ଜିଲ୍ଲା କୃଷ୍ଣପ୍ରସାଦ ବ୍ଲକର ଅଧିଷ୍ଠାତ୍ରୀ ଦେବୀ ମା କାଳିଜାଇଙ୍କ ମନ୍ଦିର ପରିସରରେ ଲାଗିଥିବା ୧୪୪ ଧାରାକୁ ବେଖାତିର କରି ପ୍ରବଳ ଭିଡ ଲଗାଇଥିଲେ ପର୍ଯ୍ୟଟକ । ପପର୍ଯ୍ୟଟକ ମାନେ ଭୋଜି କରିବା ସହ ମନ୍ଦିର ଦର୍ଶନ କରୁଥିବା ଦେଖିବାକୁ ମିଳିଛି । ଫଳରେ ଆଇଆଇସି, ତହସିଲଦାର, ଏକ ପ୍ଲାଟୁନ ପୋଲିସ ଫୋର୍ସ ପଂହଚି ଭିଡକୁ ଘଉଡାଇଛନ୍ତି । ଏବଂ ୧୪୪ଧାରା ଲାଗିଥିବା ବେଳେ ସେହି ସ୍ଥାନକୁ ଖାଲି କରାଇଛନ୍ତି । ମାଇକ ସାହାଯ୍ୟରେ ଘୋଷଣା କରି ପର୍ଯ୍ୟଟକଙ୍କୁ ୧୪୪ ଧାରା ଲାଗିଥିବା ସ୍ଥାନକୁ ଖାଲି କରିବାକୁ ଘୋଷଣା କରିଛନ୍ତି । ଆଜି ଠାରୁ ଆସନ୍ତା ୨ତାରିଖ ପର୍ଯ୍ୟନ୍ତ କାଳିଜାଇ ମନ୍ଦିରରେ ୧୪୪ ଧାରା ଲାଗିଥିଲେ ବି ପର୍ଯ୍ୟଟକ ଏହାକୁ ମାନିଥିବା ଦେଖିବାକୁ ମିଳିଛି ।

Advertisment