କନକ ବ୍ୟୁରୋ: ସରିଛି ପରୀକ୍ଷା, ଫଳାଫଳକୁ ଅପେକ୍ଷା । ଆଉ ମାତ୍ର କେଇ ଘଣ୍ଟାର ଅପେକ୍ଷା ପରେ ରାତି ପାହିବ ସକାଳ ହେବ ଆଉ ସବୁ ପ୍ରତୀକ୍ଷାର ଅନ୍ତ ଘଟାଇ ରେଜଲ୍ଟ ବାହାରିବ । ବିଜେପୁର ଉପନିର୍ବାଚନ ପାଇଁ ୨୧ରେ ମତଦାନ ସରିଥିବା ବେଳେ ଆସନ୍ତାକାଲି ବାହାରୁଛି ରେଜଲ୍ଟ । ସକାଳ ୮ଟାରୁ ଭୋଟ ଗଣତି ଆରମ୍ଭ ହେଉଥିବା ବେଳେ ମୋଟ ୨୧ ରାଉଣ୍ଡରେ ହେବ ଭୋଟ ଗଣତି ।
ତେବେ ରାତି ପାହିଲେ ରେଜଲ୍ଟ ବାହାରୁ ଥିବାରୁ ନେତାଙ୍କ ଆଖିକୁ ନିଦ ଆସୁନି । କାଲି ସକାଳେ କଣ ହେବ? କିଏ ଜିତିବ, କିଏ ହାରିବ ? ଯେତେ ପରିଶ୍ରମ କରାଯାଇଛି ତାର ଫଳ ମିଳିବ ତ? ଲୋକେ ଭରସା କରିବେ ତ? ନା ଜଣଙ୍କୁ ଭରସା ଦେଇ ଅନ୍ୟର ଭାଗ୍ୟ ଗଢିଥିବେ? ଏମିତି କିଛି ଅସୁମାରୀ ପ୍ରଶ୍ନ ମନରେ ଆଣି ଖଟ ଉପରେ କଡ ଲେଉଟାଉଥିବେ ନେତା ।
ତେବେ ଗୁରୁବାର ବିଜେପୁର ପାଇଁ ଏକ ଗୁରୁତ୍ୱପୂର୍ଣ୍ଣ ଦିନ ହୋଇଥିବାରୁ ତିନି ଦଳର ପ୍ରାର୍ଥୀଙ୍କ ଛାତିରେ ଛନକା ପଶିଛି । ବିଜେପୁରବାସୀ କାହାକୁ ବିଶ୍ୱାସ କରି ବିଜେପୁର ବାଦସାହା କରିବେ ସେହି ଚିନ୍ତାରେ ସମସ୍ତେ ଥିବାବେଳେ ସକାଳକୁ ସମସ୍ତଙ୍କ ଅପେକ୍ଷା । ତେବେ କାଲି ଅପରାହ୍ଣ ସୁଦ୍ଧା ବିଜେପୁର ତାର ନୂଆ ବିଧାୟକକୁ ପାଇସାରିଥିବ ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2019/10/Main_670-00-00-00.jpg)