ରହସ୍ୟ ଖୋଲିବା ପରେ ବି ତେଜୁଛି ରାଜନୀତି ! ପୋଲିସର ତଦନ୍ତକୁ ପରିବାର ଓ ବିଜେପିର ପ୍ରତିବାଦ, ଆସନ୍ତାକାଲି ଯାଜପୁର ବନ୍ଦ ଡାକରା ଦେଲା ବିଜେପି

1,270

କନକ ବ୍ୟୁରୋ : ସ୍ମିତାରାଣୀଙ୍କ ମୃତ୍ୟୁକୁ ନେଇ ଜୋରଦାର ହୋଇଛି ରାଜନୀତି । ଯାଜପୁର ଏସ୍ପିଙ୍କ ପ୍ରେମ ଓ ଆତ୍ମହତ୍ୟା ଥିଓରୀକୁ ମାନିବାକୁ ନାରାଜ ବିରୋଧୀ । ସୋମବାର, ଯାଜପୁର ବନ୍ଦ ଡାକରା ଦେଇଛି ବିଜେପି । ଜିଳ୍ଳା ବିଜେପି ପକ୍ଷରୁ ପୋଲିସର ଏକପାଖିଆ ତଦନ୍ତକୁ ନିନ୍ଦା କରାଯିବା ସହ ଘଟଣାର ସିବିଆଇ ତଦନ୍ତ ଦାବି ହୋଇଛି ।

ପୁରା ଘଟଣାରେ ପୋଲିସ ଏକପାଖିଆ ତଦନ୍ତ କରି ଏହାକୁ ପ୍ରେମ ସମ୍ପର୍କ ଜନିତ ବୋଲି କହି ମୃତ୍ୟୁ ପରେ ବି ସ୍ମିତାଙ୍କୁ କଳଙ୍କିତ ବୋଲି କହି ଅପମାନିତ କରିଛି । ଏହି ପରିପ୍ରେକ୍ଷୀରେ ଆସନ୍ତାକାଲି ଯାଜପୁର ଜିଲ୍ଳା ବିଜେପି ପକ୍ଷରୁ ଅତ୍ୟାବଶ୍ୟକୀୟ ସେବାକୁ ଛାଡି ପୁରା ଜିଲ୍ଳା ବନ୍ଦ କରାଯିବ ବୋଲି ଘୋଷଣା କରାଯାଇଛିି । ସେପଟେ ବିଜେଡି କହିଛି, ଘଟଣାକୁ ନେଇ ରାଜନୀତି କରାନଯାଉ ।

Comments are closed.