କନକ ବ୍ୟୁରୋ : ସ୍ମିତାରାଣୀଙ୍କ ମୃତ୍ୟୁକୁ ନେଇ ଜୋରଦାର ହୋଇଛି ରାଜନୀତି । ଯାଜପୁର ଏସ୍ପିଙ୍କ ପ୍ରେମ ଓ ଆତ୍ମହତ୍ୟା ଥିଓରୀକୁ ମାନିବାକୁ ନାରାଜ ବିରୋଧୀ । ସୋମବାର, ଯାଜପୁର ବନ୍ଦ ଡାକରା ଦେଇଛି ବିଜେପି । ଜିଳ୍ଳା ବିଜେପି ପକ୍ଷରୁ ପୋଲିସର ଏକପାଖିଆ ତଦନ୍ତକୁ ନିନ୍ଦା କରାଯିବା ସହ ଘଟଣାର ସିବିଆଇ ତଦନ୍ତ ଦାବି ହୋଇଛି ।
ପୁରା ଘଟଣାରେ ପୋଲିସ ଏକପାଖିଆ ତଦନ୍ତ କରି ଏହାକୁ ପ୍ରେମ ସମ୍ପର୍କ ଜନିତ ବୋଲି କହି ମୃତ୍ୟୁ ପରେ ବି ସ୍ମିତାଙ୍କୁ କଳଙ୍କିତ ବୋଲି କହି ଅପମାନିତ କରିଛି । ଏହି ପରିପ୍ରେକ୍ଷୀରେ ଆସନ୍ତାକାଲି ଯାଜପୁର ଜିଲ୍ଳା ବିଜେପି ପକ୍ଷରୁ ଅତ୍ୟାବଶ୍ୟକୀୟ ସେବାକୁ ଛାଡି ପୁରା ଜିଲ୍ଳା ବନ୍ଦ କରାଯିବ ବୋଲି ଘୋଷଣା କରାଯାଇଛିି । ସେପଟେ ବିଜେଡି କହିଛି, ଘଟଣାକୁ ନେଇ ରାଜନୀତି କରାନଯାଉ ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2019/10/vlcsnap-2019-10-19-19h59m24s38.png)