ଅପେକ୍ଷାରେ ଭାରତବାସୀ: ଆସନ୍ତାକାଲି ହେବ କୁଳଭୂଷଣ ଯାଦବଙ୍କ ଶୁଣାଣି ।

167

କନକ ବ୍ୟୁରୋ: କାଲି ଆସିବ କୁଳଭୂଷଣ ଯାଦବଙ୍କ ରାୟ । ଆସନ୍ତାକାଲି ନେଦରଲାଣ୍ଡର ଦି ହେଗ ଠାରେ ଥିବା ଅନ୍ତର୍ଜାତୀୟ ନ୍ୟାୟାଳୟ କୁଳଭୂଷଣ ଯାଦବ ମାମଲାରେ ରାୟ ଶୁଣାଇବେ । ଏହି ମାମଲାରେ ନିଜର ପକ୍ଷକୁ ନେଇ ଭାରତ ସରକାର ନିଶ୍ଚିତ ଥିବା ଜଣାଯାଇଛି । କୋର୍ଟ ଯାଦବଙ୍କ ସପକ୍ଷରେ ରାୟ ଶୁଣାଇବେ ବୋଲି ଭାରତ ଆଶା କରୁଛି । ଅନ୍ୟପଟେ ପୂର୍ବରୁ ଏହି ମାମଲାରେ ଗତ ଫେବୃୟାରୀ ୧୯ରୁ ୨୧ ତାରିଖ ପର୍ଯ୍ୟନ୍ତ ଚାଲିଥିଲା । ଆଉ ଶୁଣାଣିବେଳେ ଉଭୟ ଭାରତ ଓ ପାକିସ୍ତାନର ବରିଷ୍ଠ ଓକିଲମାନେ ନିଜ ନିଜର ପକ୍ଷ ରଖିଥିଲେ ।

ଅନ୍ୟପଟେ ଗତ ୨୦୧୬ ମାର୍ଚ୍ଚଠାରୁ ପାକିସ୍ତାନ କୁଳଭୂଷଣଙ୍କୁ ଗୁପ୍ତଚର ବୃତ୍ତି ଅଭିଯୋଗରେ ଇରାନ ସୀମାରୁ ଗିରଫ କରି ଜେଲରେ ରଖିଛି । ୨୦୧୭ ଏପ୍ରିଲ ମାସରେ ପାକିସ୍ତାନର ମିଲିଟାରୀ କୋର୍ଟ ଯାଦବଙ୍କୁ ମୃତ୍ୟୁଦଣ୍ଡ ଶୁଣାଇଥିଲା । ଗତ ୨୦୧୭ ଡିସେମ୍ବର ମାସ ଶେଷ ସପ୍ତାହରେ ପାକିସ୍ତାନ ପକ୍ଷରୁ ପ୍ରଥମ ଥର ପାଇଁ କୂଳଭୂଷଣଙ୍କ ମା ଓ ପତ୍ନୀଙ୍କୁ ଭେଟିବାକୁ ସୁଯୋଗ ଦିଆଯାଇଥିଲା । କିନ୍ତୁ ଉଭୟ ମହିଳାଙ୍କୁ ପାକିସ୍ତାନ ସରକାରଙ୍କ ବ୍ୟବହାରକୁ ନେଇ ଭାରତରେ ପ୍ରବଳ ପ୍ରତିକ୍ରିୟା ଦେଖାଯାଇଥିଲା । ଏହା ମାନବ ଅଧିକାର ଓ ନାରୀ ସମ୍ମାନ ହାନୀ କରୁଛି ବୋଲି ଭାରତର ତତକାଳୀନ ବିଦେଶ ମନ୍ତ୍ରୀ ସୁଷମା ସ୍ୱରାଜ ସଂସଦରେ କହିଥିଲେ ।

Wife And Mother Had To Change For Meeting of kulbhushanତେବେ ଭାରତୀୟ ନାଗରିକ କୁଳଭୂଷଣଙ୍କ ମାମଲାରେ ଆସନ୍ତାକାଲି ନେଦରଲାଣ୍ଡର ଦି ହେଗ୍ ଠାରେ ଶୁଣାଣି କରାଯିବ । ସେପଟେ ଏହି ଶୁଣାଣିକୁ ନେଇ ଭାରତବାସୀ ମଧ୍ୟ ଅପେକ୍ଷାରେ ରହିଛନ୍ତି । ଦେଶର ପୁଅ କେବେ ଫେରିବ ପରିବାର ଲୋକମାନେ ମଧ୍ୟ ବେଶ୍ ଅକୁଣ୍ଠାର ସହ ଅପେକ୍ଷା କରି ରହିଛନ୍ତି ।