ପାକିସ୍ତାନୀଙ୍କୁ ବିଲାତି ଚିନ୍ତା ! ଟମାଟୋ କିଲୋ ପିଛା ଛୁଇଁଲା ୪୦୦ ଟଙ୍କା, ଭାଙ୍ଗିଲା ସବୁ ରେକର୍ଡ ।

350

କନକ ବ୍ୟୁରୋ : ପାକିସ୍ତାନରେ ମହଙ୍ଗା ରେକର୍ଡ ଲଗାତାର ଭାଙ୍ଗିବାରେ ଲାଗିଛି । ପାକିସ୍ତାନରେ ଏକ କିଲୋ ଟମାଟୋର ମୂଲ୍ୟ ୪୦୦ ଟଙ୍କାରେ ପହଁଚିଯାଇଛି । ପାକିସ୍ତାନରେ ବଢୁଥିବା ପରିବାର ଦାମ ଲୋକଙ୍କୁ କନ୍ଦାଇବାରେ ଲାଗିଛି । ସ୍ଥିତି ସମ୍ଭାଳିବାକୁ ପାକିସ୍ତାନ ସରକାର ଇରାନରୁ ଟମାଟୋ ଆମଦାନୀ କରିବାକୁ ଅର୍ଡର ଦେଇଛନ୍ତି । କିନ୍ତୁ ଏ ପର୍ଯ୍ୟନ୍ତ ଇରାନରୁ ଟମାଟୋ ଆସିନଥିବାରୁ ପାକିସ୍ତାନର ପରିବା ମଣ୍ଡି ମାନଙ୍କରେ ଟମାଟୋ ଏବେ ସର୍ବାଧିକ ଦର ଛୁଇଁଛି ।

ବିଶେଷ କରି ଚାହିଦା ତୁଳନାରେ ଆମଦାନୀ କମ ପରିମାଣର ଉପଲବ୍ଧ ହୋଇଥିବାରୁ ଏଭଳି ସ୍ଥିତି ଉତ୍ପନ୍ନ ହୋଇଛି । ସୋମବାର ଦିନ ଟମାଟୋ କିଲୋପିଛା ମୂଲ୍ୟ ୩୦୦ ଟଙ୍କା ଥିବା ବେଳେ ବୁଧବାର ଦିନ ଟମାଟୋ କିଲୋ ପିଛା ୪୦୦ ଟଙ୍କା ଛୁଇଁଛି । ଇରାନରୁ ପାକିସ୍ତାନ ସରକାର ସାଢେ ଚାରି ହଜାର ଟନ ଟମାଟୋ ଆମଦାନୀ କରିବାକୁ ଅର୍ଡ଼ର ଦେଇଥିବାବେଳେ ମାତ୍ର ୯୮୯ ଟନ ଟମାଟୋ ହିଁ ଦେଶରେ ପହଂଚିପାରିଛି । ଯେଉଁଥିପାଇଁ ମୂଲ୍ୟ କମିବାର ନାମ ଧରୁନାହିଁ ।