ପଶ୍ଚିମଓଡିଶାରେ ଥମୁନି ଚାଷୀ ଅସନ୍ତୋଷ । ଟୋକନ ବ୍ୟବସ୍ଥା ପ୍ରତ୍ୟାହାର ଦାବିରେ କୋରାପୁଟକୁ ଡେଇଁଲା ଆନ୍ଦୋଳନ,  ଆଜି ରାସ୍ତାରୋକ କରିବେ ଚାଷୀ

154

କନକ ବ୍ୟୁରୋ : ଟୋକନ୍ ବ୍ୟବସ୍ଥା ଉଛେଦ ଦାବିରେ ଚାଷୀ ଉତେଜନା ବଢ଼ି ଚାଲିଥିବାବେଳେ ବୁଧବାର ସମ୍ବଲପୁରରେ ଗୁରୁତ୍ୱପୂର୍ଣ୍ଣ ବୈଠକ ବସିଥିଲା । ବୈଠକ ପରେ ମନ୍ତ୍ରୀ ସୁଶାନ୍ତ ସିଂହ ସୂଚନା ଦେଇଛନ୍ତି ଯେ, ସରକାର ଚାଷୀଙ୍କ ଦାବିକୁ ଗୁରୁତର ସହ ନେଇଛନ୍ତି । ଏହା ଉପରେ ବିଚାର ବିମର୍ଷ କରି ନିଷ୍ପତି ନେବେ । ଟୋକେନ୍ ବ୍ୟବସ୍ଥା ରହିବ ତେବେ ତାହା ସରଳ କରାଯିବ ବୋଲି ମନ୍ତ୍ରୀ ସୂଚନା ଦେଇଛନ୍ତି ।  ସେପଟେ ସଂବଲପୁରରେ ଚାଷୀ ଆଜି ଦିନ ଗୋଟାଏ ସୁଦ୍ଧା ସରକାର କଣ ନିଷ୍ପତି ନେଉଛନ୍ତି ନଜଣାଇଲେ ରାସ୍ତା ରୋକକୁ ଓହ୍ଲାଇବେ ବୋଲି ପଶ୍ଚିମ ଓଡିଶା କୃଷକ ସମନ୍ୱୟ ସମିତି ଆବାହକ ଅଶୋକ ପ୍ରଧାନ ଚେତାବନୀ ଦେଇଛନ୍ତି ।

ଧାନ ସଂଗ୍ରହ ପ୍ରକ୍ରିୟାରେ  ଟୋକନ ବ୍ୟବସ୍ଥାକୁ ସଂପୂର୍ଣ୍ଣ ଉଚ୍ଛେଦ ଦାବିରେ ଚାଷୀ ଏବଂ ଚାଷୀ ସଙ୍ଗଠନ ପକ୍ଷରୁ ଜୋରଦାର ଆନ୍ଦୋଳନ ହୋଇଥିବାବେଳେ ଆଜି ରାସ୍ତାରୋକ ପାଇଁ ନିଷ୍ପତ୍ତି ହୋଇଛି ।  ବରଗଡରେ ଗତକାଲି ରାତିରେ  ଜିଲ୍ଲା ପ୍ରଶାସନ ଓ  ଚାଷୀ ସଙ୍ଗଠନ ମଧ୍ୟରେ ଆଲୋଚନା ହୋଇଥିଲେ ବି ଏହା ଫେଲ୍ ମାରିଛି ।  ଏଥିରେ ଉତରାଂଚଳ ଡିଆଜି, ଏସପି, ଜିଲ୍ଲାପାଳ, ଓ ଚାଷୀ ସଙ୍ଗଠନର ସଦସ୍ୟ ସାମିଲ ହୋଇଥିଲେ ।  ଟୋକନେ ବ୍ୟବସ୍ଥା ନେଇ  ଜିଲ୍ଲା ପ୍ରଶାସନର ଅଧିକାରୀ ଚାଷୀଙ୍କୁ ବୁଝାଇବାକୁ ଉଦମ କରିଥିଲେ ବି ଏହା ସଫଳ ହୋଇନାହିାଁ ଟୋକନ ବ୍ୟବସ୍ଥା ପ୍ରତ୍ୟାହାର ଦାବିରେ ଚାଷୀମାନେ ନିଜ ଜିଦରେ ଅଟଳ ଅଛନ୍ତି ।

ଟୋକନ ବ୍ୟବସ୍ଥାକୁ ନେଇ ପଶ୍ଚିମ ଓଡିଶାରୁ କୋରାପୁଟକୁ ଡେଇଁଲା ଚାଷୀ ଆନ୍ଦୋଳନ । ଟୋକେନ ବ୍ୟବସ୍ଥାକୁ ନେଇ ଗର୍ଜିଲେ କୋରାପୁଟ ଚାଷୀ, । ଶୀଘ୍ର ଏହି ବ୍ୟବସ୍ଥା ନହଟିଲେ ରାଜରାସ୍ତା ଅବରୋଧ ସହ ଲ୍ୟାମ୍ପସ କାର୍ଯ୍ୟାଳୟ କୁ ବନ୍ଦ କରିବାକୁ ଧମକ ଦେଇଛନ୍ତି ଚାଷୀ  । ଗତ ୧୫ ତାରିଖରୁ କୋରାପୁଟ ଜିଲ୍ଳାରେ ମଣ୍ଡି ଖୋଲିଥିଲେ ସୁଧା ଏଯାଏ ଧାନ କିଣା ଯାଇ ପାରିନାହିଁ । ସରକାର ନୁଆ ଟୋକେନ ବ୍ୟବସ୍ଥା ଲାଗୁ କରିଥିବା ବେଳେ ଏ ଯାଏଁ କାହାରିକୁ ଟୋକେନ ଇସୁ ହୋଇନି । ପୁରୁଣା ନିୟମ ଅନୁସାରେ ଚଷୀ ଧାନ ବିକ୍ରୀ କରିବାକୁ  କହୁଥିବା ବେଳେ ନୁଆ ନିତିକୁ ବିରୋଧ କରିଛି ।  ସରକାର ନ ଶୁଣିଲେ ଆଗକୁ ବଡ଼ ଆନ୍ଦୋଳନ କରିବାକୁ ସଜବାଜ ହୋଇଥିବା ଚାଷୀ ସଂଘ ଜଣାଇଛନ୍ତି ।