ଆଜି ବିଜୟା ଦଶମୀ । ଜଗତଜନନୀଙ୍କ ପୂଜାର୍ଚ୍ଚନାରେ ସାରା ରାଜ୍ୟ ଉତ୍ସବମୁଖର, ମହିଷାଶୁର ବଦ୍ଧ ସହ ଆଜି ଜଳିବ ରାବଣ

497

କନକ ବ୍ୟୁରୋ : ଆଜି ବିଜୟା ଦଶମୀ । ଅସତ୍ୟ ଉପରେ ସତ୍ୟ ଓ ପାପ ଉପରେ ପୂଣ୍ୟର ବିଜୟର ସ୍ୱରୂପ ବିଜୟା ଦଶମୀ । ଆଜି ମହିଷାସୁରକୁ ବଦ୍ଧ କରିବେ ଦେବୀ ଦୁର୍ଗା । ମା’ ଜଗତଜନନୀଙ୍କ ଆଗମନରେ ଗାଁଠୁ ସହର ସବୁଠି ଉତ୍ସବର ମାହୋଲ । ପୂଜା ମଣ୍ଡପରେ ମା’ ଜଗତଜନନୀ ଶ୍ରଦ୍ଧାଳୁଙ୍କୁ ଦର୍ଶନ ଦେଉଛନ୍ତି । ଆଖି ଝଲସା ତୋରଣ ସାଙ୍ଗକୁ ରଙ୍ଗବେରଙ୍ଗର ଆଲୋକମାଳାରେ ସଜେଇ ହୋଇଛି ପୂଜା ମଣ୍ଡପ । ପୂଜା ମଣ୍ଡପରେ ମହାମାୟୀଙ୍କ ମୃଣ୍ମୟୀ ମୂର୍ତିକୁ ପୂଜା କରାଯାଉଛି । ପାରମ୍ପରିକ ରୀତିନୀତି ଅନୁଯାୟୀ ଚାଲିଛି  ମା’ଙ୍କ ପୂଜାର୍ଚ୍ଚନା । ସନ୍ଧ୍ୟା ବେଳେ ବିଭିନ୍ନ ପୂଜା ମଣ୍ଡପ ଗୁଡିକ ପକ୍ଷରୁ ଆୟୋଜିତ ହେଉଛି ସାଂସ୍କୃତିକ କାର୍ଯ୍ୟକ୍ରମ ।

ମେଲୋଡି ସାଙ୍ଗକୁ ଭଜନ ସନ୍ଧ୍ୟା କାର୍ଯ୍ୟକ୍ରମ ଦେଖିବାକୁ ଶ୍ରଦ୍ଧାଳୁଙ୍କ ଭିଡ ଜମୁଛି । ଘରେ ଘରେ ଦୁର୍ଗତିନାଶିନୀଙ୍କ ପୂଜାର୍ଚ୍ଚନା କରାଯାଉଛି । ଦଶହରା ପାଇଁ ଜମିଛି ପିଠାପଣାର ଆସର ।  ଅସତ୍ୟ ଉପରେ ସତ୍ୟର ବିଜୟକୁୁ ସମଗ୍ର ଦେଶରେ ଆଜି ବିଜୟାଦଶମୀ ଭାବେ ପାଳନ କରାଯାଉଛି । ବିଜୟାଦଶମୀରେ ପାପ, ଅହଂକାର, ଅସତ୍ୟର ପ୍ରତିକ ସ୍ୱରୂପ ଦୁଷ୍ଟଶକ୍ତି ରାବଣ ଦହନ କରାଯିବ । ଏଥିପାଇଁ ରାଜ୍ୟର ରାଜ୍ୟର ବିଭିନ୍ନ ସ୍ଥାନରେ ରାବଣ ପୋଡି ପାଇଁ ଆୟୋଜକଙ୍କ ପକ୍ଷରୁ ସ୍ୱତନ୍ତ୍ର ପ୍ରସ୍ତୁତି କରାଯାଇଛି ।