କନକ ବ୍ୟୁରୋ : ଆଜିଠୁ ବଦଳିପାରେ ପାଣିପାଗର ଚିତ୍ର । ଘୂର୍ଣ୍ଣିବଳୟ ଏବଂ ଟ୍ରଫ ଲାଇନ୍ ପ୍ରଭାବରେ ଆଜି ଦକ୍ଷିଣ ଓଡିଶାର କିଛି ସ୍ଥାନରେ ବର୍ଷା ସମ୍ଭାବନା ରହିଛି । ସେହିପରି ଆସନ୍ତାକାଲି ରାଜ୍ୟର ବିଭିନ୍ନ ସ୍ଥାନରେ ବର୍ଷା ହେବା ନେଇ ପୂର୍ବାନୁମାନ କରିଛି ପାଣିପାଗ ବିଭାଗ ।
ସେପଟେ ଅସହ୍ୟ ହୋଇପଡିଛି ଗରମ । ଆଭ୍ୟନ୍ତରୀଣ, ପଶ୍ଚିମ ଓ ଉପକୂଳରେ ବି ଭୀଷଣ ତାତି । ରାଜ୍ୟର ୧୫ ଟି ସହରର ତାପମାତ୍ରା ୪୦ ଉପରେ ରହିଛି । ସେଥିମଧ୍ୟରୁ ୯ଟି ସହରର ତାପମାତ୍ରା ୪୩ ଉପରେ ରେକର୍ଡ ହୋଇଛିି । ୪୪ଦଶମିକ ୭ ଡିଗ୍ରୀ ସହ ସବୁଠୁ ଉତପ୍ତ ସହର ପାଲଟିଛି ଅନୁଗୁଳ । ସାରାରାଜ୍ୟରେ ଅଗ୍ନିବର୍ଷା ଲାଗିରହିଛି ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2017/04/vlcsnap-2017-04-29-08h21m39s775.png)